ବିଶ୍ୱ ଦରବାରରେ ପୁଣି ଲଜ୍ଜିତ ହେଲେ ଟ୍ରମ୍ପ, କେହି ମାନିଲେନି ତାଙ୍କ କଥା !

ବିଦେଶ

ଫେଲ୍ ମାରିଲା କି ଇରାନ-ଇସ୍ରାଏଲ ଯୁଦ୍ଧରେ ଟ୍ରମ୍ଫଙ୍କ ସିଜଫାୟର ପ୍ଲାନ୍ ?। ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ସତ୍ତ୍ବେ କାହିଁକି ହେଲା ଯୁଦ୍ଧ ବିରାମ ଉଲ୍ଲଂଘନ ? । ଇସ୍ରାଏଲ୍ ଉପରେ ପ୍ରଥମେ ମିସାଇଲ ମାଡ଼ ଅଭିଯୋଗକୁ ଖଣ୍ଡନ କଲା ଇରାନ । ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବାରୁ ଦୁଇ ଦେଶକୁ ଦୋଷ ଦେଲେ ଟ୍ରମ୍ଫ । ଏବେ ବଡ଼ ପ୍ରଶ୍ନ ୧୨ ଦିନ ଧରି ଚାଲିଥିବା ବାରୁଦି ଯୁଦ୍ଧରେ କେବେ ଲାଗିବ ବିରାମ । ଫେଲ ମାରିଲା କି ଇରାନ-ଇସ୍ରାଏଲ ଯୁଦ୍ଧରେ ଟ୍ରମ୍ପ ଙ୍କ ସିଜଫାୟର ପ୍ଲାନ୍ ? ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ସତ୍ତ୍ବେ କାହିଁକି ହେଲା ଯୁଦ୍ଧ ବିରାମ ଉଲଂଘନ ? ଇସ୍ରାଏଲ ଉପରେ ପ୍ରଥମେ ମିସାଇଲ ମାଡ ଅଭିଯୋଗକୁ ଇରାନ କରୁଛି ଖଣ୍ଡନ । ଦୁଇ ଦେଶକୁ ଦୋଷ ଦେଲେ ଟ୍ରମ୍ପ ।

ଇରାନ ଇସ୍ରାଏଲ ମଧ୍ୟରେ ୧୨ ଦିନ ଧରି ଚାଲିଥିବା ଯୁଦ୍ଧ ତୃତୀୟ ବିଶ୍ବ ଯୁଦ୍ଧ ଆଡକୁ ମୁହାଁଉଥିବାର ଆଶଙ୍କା ଭିତରେ ହଠାତ୍ ମଙ୍ଗଳବାର ଭୋରରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଏକ ପୋଷ୍ଟ ସମସ୍ତଙ୍କୁ ଚମକାଇ ଦେଇଥିଲା । ଭୋର ୩.୩୨ରେ ଟ୍ରମ୍ପ ଏକ୍ସରେ ପୋଷ୍ଟ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଉଭୟ ଇରାନ ଓ ଇସ୍ରାଏଲ ଯୁଦ୍ଧ ବିରାମ ବା ସିଜଫାୟର ପାଇଁ ସହମତ ହୋଇଥିବା ସୂଚନା ଦେଇଥିଲେ। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଲାଗୁ ହୋଇଯିବ ବୋଲି ଜଣାଇଥିଲେ ଟ୍ରମ୍ପ ।

ଏହାପରେ ପ୍ରଥମେ ଇସ୍ରାଏଲ ଏବଂ ପରେ ଇରାନ ପକ୍ଷରୁ ବି ବୟାନ ଆସିଲା ସିଜ ଫାୟର ନେଇ । ଦୁଇ ଦେଶ ସିଜଫାୟର ଲାଗୁ ହୋଇଥିବା କଥା କରିଥିଲେ ସ୍ବୀକାର । କିନ୍ତୁ ସନ୍ଧ୍ୟା ହେଉ ହେଉ ପୂରା ବଦଳିଯାଇଥିଲା ସ୍ଥିତି । ଯେଉଁ ଟ୍ରମ୍ପ ସକାଳୁ ପୋଷ୍ଚ ପରେ ପୋଷ୍ଟ କରି ଯୁଦ୍ଧ ରୋକିଥିବା ନେଇ ବାଃ ବାଃ ନେଉଥିଲେ ସନ୍ଧ୍ୟା ବେଳକୁ ଦୁଇ ଦେଶ ଉପରେ ବର୍ଷୁଥିବା ଦେଖିବାକୁ ମିଳିଥିଲା । ସିଜ୍ ଫାୟର ଉଲଂଘନ କରିବା ନେଇ ଦୁଇ ଦେଶକୁ ଦୋଷ ଦେବା ସହ ନିଜର କ୍ଷୋଭ ପ୍ରକଟ କରିଥିଲେ।

ଏବେ ପ୍ରଶ୍ନ ଉଠୁଛି ୧୨ ଦିନ ଧରି ମଧ୍ୟପ୍ରାଚ୍ୟରେ ଚାଲିଥିଲା ବାରୁଦୀ ଯୁଦ୍ଧରେ କଣ ବିରାମ ଲାଗିପରିବ ? ଆଉ କଣ ଇରାନ ଓ ଇସ୍ରାଏଲରେ ଶୁଣିବାକୁ ମିଳିବନି ଯୁଦ୍ଧର ସାଇରନ୍ ? କାରଣ ଏଠାରେ ଦୁଇ ଦେଶ ଉପରେ ସିଜ୍ ଫାୟରର ଉଲଂଘନ ଅଭିଯୋଗ ଆସିଛି । ସିଜଫାୟରକୁ ଉଭୟ ନିଜ ନିଜର ବିଜୟ ବୋଲି ଦାବି କରୁଛନ୍ତି । ଆଉ ଟ୍ରମ୍ପ ଯୁଦ୍ଧ ବିରାମ କରାଇଥିବାରୁ ନିଜ ବାହାଦୁରୀ ଦେଖଇବାକୁ ପଛାଇନାହାନ୍ତି ।

ଟ୍ରମ୍ପଙ୍କ ସିଜ ଫାୟର ଘୋଷଣାର କିଛି ସମୟ ପରେ ଇରାନ ପକ୍ଷରୁ ଇସ୍ରାଏଲର ଭିନ୍ନ ଭିନ୍ନ ସ୍ଥାନରେ ମିସାଇଲ ମାଡ଼ କରାଯାଇଛି। ଯେଉଁଥିରେ ବହୁ କୋଠା ଧ୍ୱସ୍ତ ହେବା ସହ ୯ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି । ଏହାର ଜବାବ ଦିଆଯିବ ବୋଲି ମଧ୍ୟ ଇସ୍ରାଏଲ ଡିଫେନ୍ସ ପୋର୍ସ ପକ୍ଷରୁ ଚେତାବନୀ ଦିଆଯାଇଛି । ଏପରିକି ସିଜଫାୟର ଘୋଷଣା ପରେ ଇରାନ ଉପରେ ଇସ୍ରାଏଲ ଏୟର ଷ୍ଟାଇକ୍ କରିଥିବା ଅଭିଯୋଗ ହୋଇଛି । ତେଣୁ ଟ୍ରମ୍ଫ ଉଭୟ ଦେଶ ଉପରେ ଖପ୍ପା ।

ଯେଉଁଥିପାଇଁ ୧୩ ଜୁନରେ ଇରାନ ଉପରେ ପ୍ରଥମେ ଇସ୍ରାଏଲ ଆକ୍ରମଣ ଆରମ୍ଭ କରିଥଲା ତାହା କଣ ଦୂର ହୋଇଯାଇଛି । ଇରାନ କଣ ଏବେ ପରମାଣ ଅସ୍ତ୍ର ତିଆରିରୁ ଏହରି ଯିବ ? ଏହି ୧୨ ଦିନରେ ଦୁଇ ଦେଶ ପରସ୍ପର ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି । ଯେଉଁଥିରେ ଇରାନର ୧ ହଜାରରୁ ଅଧିକ ଲୋକ ଏବଂ ଇସ୍ରାଏଲର ୩୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିବା ଜଣାପଡ଼ିଛି । ଆମେରିକା ଜୁନ ୨୨ରେ B2 ବମ୍ବରରୁ ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ ଇରାନ କଣ ପରମାଣୁ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମରୁ ଓହରି ଯିବ । ନା ଇସ୍ରାଏଲ ନିଜକୁ ଇରାନଠାରୁ ପରମାଣୁ ବିପଦ ମୁକ୍ତ ବୋଲି ଅନୁଭବ କରି ଚୁପ୍ ବସିରହିବ । ଟ୍ରମ୍ଫଙ୍କର ଆଗାମୀ ପଦକ୍ଷେପ କଣ ହେବ ଏବେ ତା ଉପରେ ସମସ୍ତଙ୍କ ନଜର।source:argusnews.in


Related News