
ପୁରୀ ଅଘଟଣ: ଜିଲାପାଳ କହିଦେଲେ ସତକଥା…
ପୁଣି ପୁରୀରେ ଘଟିଛି ବଡ଼ ଅଘଟଣ। ପୁରୀ ଶରଧାବାଲିରେ ଠେଲାପେଲା । ଏଥିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଠେଲାପେଲା ଘଟିଛି । ପହଡ ଖୋଲିବା ପରେ ଦର୍ଶନ ପାଇଁ ଭଡି ଲାଗିଥିଲା ।
ଏନେଇ ମୁହଁ ଖୋଲିଛନ୍ତି ପୁରୀ ଜିଲାପାଳ। ସେ କହିଛନ୍ତି, ପହଡ ଖୋଲିବା ପରେ ହଠାତ ଭକ୍ତଙ୍କ ଭିଡ଼ ଦେଖାଦେଇଥିଲା। ଭିଡ଼ ପାଇଁ ପ୍ରାୟ ୯ ଜଣ ଅଣନିଶ୍ବାସୀ ହୋଇ ଯାଇଥିଲେ। ମେଡିକାଲ ସୂଚନା ଅନୁସାରେ ୬ ଆହତ ହୋଇଛନ୍ତି, ଆଉ ସମସ୍ତେ ଭଲ ଅଛନ୍ତି। କିପରି ଘଟିଲା ଅନୁଧ୍ୟାନ କରିବୁ, ଏବେ ଦର୍ଶନ ବ୍ୟବସ୍ଥା ଦେଖୁଛୁ।
ସୂଚନାଥାଉ କି, ଭକ୍ତମାନେ ଗୋଟିଏ ରଥ ପାଖରୁ ଅନ୍ୟ ରଥପାଖକୁ ଯିବା ଆସିବା ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ଚାରମାଳ କାଠ ଭର୍ତ୍ତି ଦୁଇଟା ଟ୍ରକ ଭିଡ ଭିତରେ ପଶିଥିଲା, ଆଉ ଚାରମାଳ ରଖିଯାଇଥିଲା । ଏହାକୁ ସ୍ଥିତିକୁ ଅଧିକ ଅସମ୍ଭାଳ କରିଦେଇଥିଲା । ଠେଲାପେଲାରେ କିଛି ଭକ୍ତ ତଳେ ପଡିଯାଇଥିଲେ ।
source:dharitri.com