
ଶେଫାଳିଙ୍କ ଅସମୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ସ୍ବାମୀ ପରାଗ
ମୁମ୍ବାଇ: ବଲିଉଡରେ ‘କାଣ୍ଟା ଲଗା ଗାର୍ଲ’ ଭାବରେ ପ୍ରସିଦ୍ଧ ଶେଫାଳି ଜରିୱାଲାଙ୍କ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଅଭିନେତ୍ରୀଙ୍କ ଶେଷକୃତ୍ୟ ମୁମ୍ବାଇରେ କରାଯାଇଥିଲା। ଯେଉଁଠାରେ ତାଙ୍କ ପରିବାର ବ୍ୟତୀତ ଅନେକ ଟିଭି ଷ୍ଟାର ଯୋଗ ଦେଇଥିଲେ। ଅଭିନେତ୍ରୀଙ୍କୁ ଶେଷ ବିଦାୟ ଦେବା ପରେ ସମସ୍ତଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା।
ରିପୋର୍ଟ ଅନୁସାରେ, ଶୁକ୍ରବାର ରାତି ୧୦ ରୁ ୧୧ ଟା ମଧ୍ୟରେ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ହୋଇଥିଲା। ଘରେ ଅଭିନେତ୍ରୀଙ୍କର ହୃଦଘାତ ହୋଇଥିଲା। ଏହା ପରେ ତାଙ୍କ ସ୍ବାମୀ ପରାଗ ତ୍ୟାଗୀ ଏବଂ ଅନ କେତେଜଣ ଅଭିନେତ୍ରୀଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହି ସମୟରେ, ଶେଫାଲିଙ୍କ ମୃତ୍ୟୁ ପରେ, ପ୍ରାୟ ରାତି ୧ ଟାରେ ପୋଲିସକୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଅଭିନେତ୍ରୀଙ୍କ ଘରେ ପହଞ୍ଚିଥିଲା। ଯେଉଁଠାରେ ତଦନ୍ତ ପରେ, ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମୁମ୍ବାଇର କୁପର ହସ୍ପିଟାଲକୁ ପଠାଯାଇଥିଲା। ଯାହାଦ୍ୱାରା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ପତ୍ନୀ ଶେଫାଳି ଜରିୱାଲାଙ୍କୁ ଶେଷ ବିଦାୟ ଦେବା ପରେ, ପରାଗ ତ୍ୟାଗୀ ପ୍ରବଳ କାନ୍ଦୁଥିବାର ଦେଖାଯାଇଥିଲା। ଅଭିନେତ୍ରୀଙ୍କ ଶେଷକୃତ୍ୟ ପରେ, ସେ ଗଣମାଧ୍ୟମ ସହିତ କଥା ହୋଇଥିଲେ ଏବଂ ହାତ ଯୋଡ଼ି ସେମାନଙ୍କୁ ଶେଫାଳିଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଥିଲେ। ପରାଗ କହିଥିଲେ, ‘ତୁମେମାନେ ଦୟାକରି ମୋ ପରୀଙ୍କ ପାଇଁ ପ୍ରାର୍ଥନା କର…’ ତାଙ୍କ କଥା ଶୁଣି ସମସ୍ତେ ଭାବପ୍ରବଣ ହୋଇଯାଉଥିବା ଦେଖାଯାଇଥିଲା।source:dharitri.com