
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ଆଜି ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି ASIର ପ୍ରତ୍ୟକ୍ଷ ତତ୍ବାବଧାନରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ମରାମତି ସମ୍ପୂର୍ଣ୍ଣ ହୋଇଛି। ମୋଟ 95 ଦିନ ରତ୍ନଭଣ୍ଡାରର ମରାମତି କାମ ହୋଇଛି। ଏଥିରେ ପ୍ରାୟ 333 ଘଣ୍ଟାର କାମ ହୋଇଥିବା ରେକର୍ଡ କରାଯାଇଛି। ରତ୍ନଭଣ୍ଡାରର ସ୍ଥିତି ଠିକ୍ ନ ଥିଲା। ମରାମତି ବେଳେ 520 ଖଣ୍ଡ ପଥର ବଦଳାଯାଇଛି। ସ୍ଥାୟୀ ମରାମତି ହୋଇଛି ବୋଲି କୁହାଯାଇପାରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ପୂର୍ବରୁ ରତ୍ନଭଣ୍ଡାର କାର୍ଯ୍ୟ ନିଳାଦ୍ରୀ ବିଜେ ମଧ୍ୟରେ ସରିବା ନେଇ ଗଜପତି ସମୀକ୍ଷା ପରେ ସୂଚନା ଦେଇଥିଲେ । ଗଜପତି କହିଥିଲେ , ଆସନ୍ତା ଶହ ଶହ ବର୍ଷ ଧରି ରତ୍ନ ଭଣ୍ଡାର ସୁରକ୍ଷିତ ରହିବ ଭଳି କାର୍ଯ୍ୟ କରାଯାଇଅଛି । ଅନ୍ୟପଟେ ମରାମତି କାର୍ଯ୍ୟ ସରିବା ପରେ ବାହାର ଷ୍ଟ୍ରଙ୍ଗ ରୁମରେ ଥିବା ରତ୍ନ ଅଳଙ୍କାର ଭିତର ଭଣ୍ଡାରକୁ ଯିବ। ପରେ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଗଣତି ମଣତି କାର୍ଯ୍ୟ ହେବ ବୋଲି ସେ କହିଥିଲେ।source:argusnews.in