
ସକାଳୁ ସକାଳୁ ଥରିଲା ଦିଲ୍ଲୀ, ରାଜଧାନୀକୁ ଲାଗିଲା ଭୂକମ୍ପର ଝଟକା
ଦେଶ
ନୂଆଦିଲ୍ଲୀ: ଦିଲ୍ଲୀକୁ ଲାଗିଲା ଭୂକମ୍ପର ଝଟକା । ବଡ ଧରଣର ଭୂକମ୍ପରେ ଦୋହଲିଲା ଦିଲ୍ଲୀ । ସକାଳୁ ସକାଳୁ ଥରିଲା ଭାରତର ରାଜଧାନୀ । ସକାଳ ୯ଟା ୪ରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ରୋହତକ ।
ତେବେ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଛି ଭକମ୍ପ । ପ୍ରାୟ ୧୦ ସେକେଣ୍ଡ ଯାଏଁ ଥରିଲା ଦିଲ୍ଲୀ । ସକାଳୁ ସକାଳୁ ଭୂକମ୍ପରେ ଭୟଭୀତ ଲୋକେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନି ।source:sambad.in