
କିଛିଦିନ ପୂର୍ବରୁ ଧୁମଧାମରେ ଉଦଘାଟନ ହୋଇଥିବା କପିଲଙ୍କ କାଫେରେ ଗୁଳିକାଣ୍ଡ
ନୂଆଦିଲ୍ଲୀ: ହାସ୍ୟ ଅଭିନେତା କପିଲ ଶର୍ମା ନିକଟରେ ଧୁମଧୁାମରେ ଏକ କାଫେ ଉଦଘାଟନ କରିଥିଲେ। ଗୁରୁବାର କଫିଲଙ୍କ କାନାଡା କାଫେରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ରାତି ଅଧରେ ଜଣେ ବ୍ୟକ୍ତି କାର ଭିତରେ ବସି କାଫେର ଝରକାକୁ ଗୁଳି କରୁଥିବା ସହିତ ଏହାର ଭିଡିଓ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି।
ଏହି ଘଟଣାରରେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବବର ଖାଲସା ସହିତ ଜଡିତ ଆତଙ୍କବାଦୀ ହରଜିତ ସିଂହ ଓରଫ ଲାଡ୍ଡିର ନାମ ସାମ୍ନାକୁ ଆସୁଛି। ଲାଡ୍ଡି ଜଣେ କୁଖ୍ୟାତ ଆତଙ୍କବାଦୀ ଏବଂ ପୂର୍ବରୁ ଅନେକ ଅପରାଧିକ ଘଟଣାରେ ତାର ନାମ ସାମ୍ନାକୁ ଆସିଛି।
ଲାଡ୍ଡିକୁ ଏନଆଇଏର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ସାମିଲ କରାଯାଇଛି। କପିଲଙ୍କ କାଫେ ଖୋଲିବାର ମାତ୍ର ତିନି ଦିନ ପରେ ଗୁଳିକାଣ୍ଡ ଭଳି ଏକ ଚାଞ୍ଚଲ୍ୟକର ଘଟଣା ଚିନ୍ତାର କାରଣ ପାଲଟିଛି। ପୁଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ କରୁଛି। ଖୁବଶୀଘ୍ର ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀକୁ ଧରିବା ପାଇଁ ଆଶା ରଖାଯାଇଛି।source:sambad.in