ଟ୍ରମ୍ପ୍‌-ଜେଲେନ୍‌ସ୍କି ଭେଟ ଆଜି: ମାନି ନେଇପାରନ୍ତି ସର୍ତ୍ତ

ବିଦେଶ

ଓ୍ବାଶିଂଟନ/ଲଣ୍ଡନ,୧୮ା୮: ୟୁକ୍ରେନ୍‌ ଶାନ୍ତି ଚୁକ୍ତି ପାଇଁ ସୋମବାର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଓ୍ବାଶିଂଟନରେ ଭେଟିବେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆଲାସ୍କାରେ ଟ୍ରମ୍ପ୍‌ଙ୍କ ସହ କରିଥିବା ଆଲୋଚନାରୁ ନିଷ୍କର୍ଷ ବାହାରି ନ ଥିବାବେଳେ ସାଢ଼େ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧ ବନ୍ଦ ପାଇଁ ଏହି ଉଦ୍ୟମକୁ ଗୁରୁତ୍ୱ ଦିଆଯାଉଛି। ଟ୍ରମ୍ପ୍‌ ପୁଟିନ୍‌ଙ୍କ ଆଡ଼କୁ ଢଳୁଥିବା ଲକ୍ଷ୍ୟ କରାଯାଉଥିବାରୁ ସେ ତାଙ୍କ ସର୍ତ୍ତଗୁଡ଼ିକୁ ମାନି ନେଇପାରନ୍ତି ବୋଲି ଆଶଙ୍କା କରି ୟୁରୋପୀୟ ନେତାମାନେ ଜେଲେନ୍‌ସ୍କିଙ୍କ ସମର୍ଥନରେ ବାହାରିଛନ୍ତି। ଟ୍ରମ୍ପ୍‌-ଜେଲେନ୍‌ସ୍କି ସାକ୍ଷାତ୍‌ ବେଳେ ଜର୍ମାନୀ ଚାନ୍‌ସେଲର ଫ୍ରେଡ୍‌ରିକ୍‌ ମର୍ଜ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସମେତ ଆଉ କେତେଜଣ ୟୁରୋପୀୟ ନେତା ହ୍ବାଇଟ୍‌ହାଉସ୍‌କୁ ଯାଇପାରନ୍ତି। ଏହି ଆଲୋଚନା ଉପରେ ବିଶ୍ୱର ନଜର ରହିଥିବାବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ ରବିବାର ରୁଷିଆ ଉପରେ ବଡ଼ ଅଗ୍ରଗତି ଆସିଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।source:dharitri.com


Related News