ଏସିଆ କପ୍‌ ଦଳ ଚୟନ ଆଜି: ଗିଲ୍‌, ସିରାଜଙ୍କୁ ମିଳି ନପାରେ ସୁଯୋଗ

ଖେଳ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଆଣ୍ଡରସନ୍‌-ତେନ୍ଦୁଲକର ଶୃଙ୍ଖଳା ଖେଳିବାକୁ ଇଂଲଣ୍ଡ ଗସ୍ତ ପୂର୍ବରୁ ଶୁବମନ ଗିଲ୍‌ଙ୍କୁ ନେଇ ଅନେକ ଦ୍ବନ୍ଦ୍ବ ଉପୁଜିଥିଲା। ଇଂଲିସ୍ ପରିବେଶରେ ବ୍ୟାଟିଂରେ ଛାପ ଛାଡ଼ିବା ନେଇ ସନ୍ଦେହ ଥିଲା, ପ୍ରଥମ ଥର ନେତୃତ୍ବ ନେଉଥିବାରୁ ଆଶଙ୍କା ବି ଥିଲା। ସବୁ ସନ୍ଦେହକୁ ଦୂର କରିବା ସହ ସେ ଅନେକ ପ୍ରଶ୍ନର ଉତ୍ତର ବି ଦେଇ ସାରିଛନ୍ତି। ୫ ମ୍ୟାଚ୍‌ ଶୃଙ୍ଖଳାରୁ ୭୫୪ ରନ୍ ସଂଗ୍ରହ କରିବା ସହ ଅଧିନାୟକ ଭାବେ ପ୍ରଥମ ଶୃଙ୍ଖଳାରେ ୪ ଶତକ (ଗୋଟିଏ ଦ୍ବିଶତକ) ବି ହାସଲ କରିଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ପାଳି ୨୬୯ ରନ୍ ବି ସଂଗ୍ରହ କରିଥିଲେ। ଏବେ ଏସିଆ କପ୍‌ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରବର୍ତ୍ତୀ ବଡ଼ ଇଭେଣ୍ଟ୍ ହୋଇଥିବାରୁ ଗିଲ୍‌ଙ୍କୁ ଏହି ଛୋଟ ଫର୍ମାଟକୁ ଆଣିବା ଚର୍ଚ୍ଚା ବି ବଢ଼ିଛି। କେବଳ ତାଙ୍କୁ ଟ୍ବେଣ୍ଟି-୨୦ ଦଳକୁ ଆଣିବା ନୁହେଁ ସୂର୍ଯ୍ୟକୁମାର ୟାଦବଙ୍କ ଡେପୁଟି (ଉପଅଧିନାୟକ) କରିବାକୁ ବି ସ୍ବର ଉଠିଛି। ବର୍ତ୍ତମାନର ସ୍ଥିତି ଭିନ୍ନ ରହିଥିଲେ ବି ବିସିସିଆଇ ସବୁବେଳେ ଜଣଙ୍କୁ ଅଲ୍ ଫର୍ମାଟ ଅଧିନାୟକ କରିବା ସପକ୍ଷରେ ରହି ଆସିଥିଲା। ରୋହିତ ଶର୍ମା ଓ ବିରାଟ  କୋହଲିଙ୍କ ଅବସର ପରେ ଗିଲ୍ ଭାରତର ପରବର୍ତ୍ତୀ ବ୍ରାଣ୍ଡ୍ କ୍ରିକେଟର୍ ହେବାର ଦାବିଦାର ରହିଥିବାରୁ ସେ ତୁରନ୍ତ ବି ସମସ୍ତ ଫର୍ମାଟରେ ନେତୃତ୍ବ ନେବା ଯୁକ୍ତି ଅସଂଗତ ଲାଗୁନାହିଁ। କିନ୍ତୁ ଦିନିକିଆ ପୂର୍ବରୁ ଗିଲ୍‌ଙ୍କୁ ପ୍ରଥମେ‌ ଟ୍ବେଣ୍ଟି-୨୦ରେ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ପଡ଼ିପାରେ। ଟ୍ବେଣ୍ଟି-୨୦ ଖେଳାଳି ଭାବେ ଗିଲ୍‌ ୨୧ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ୩୦.୪୨ ହାରରେ ୫୭୮ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍‌ ରହିଛି ୧୩୯.୨୭। ଗିଲ୍‌ଙ୍କୁ ଜଣେ ଭଲ ବ୍ୟାଟର୍ କୁହାଗଲେ ବି ସେ ବଡ଼ ହିଟର୍ ନୁହନ୍ତି। ହାଇ ରିକ୍ସ ସଟ୍‌ ଖେଳିବା ଖେଳାଳି ନୁହଁନ୍ତି।source:sambad.in

 


 


Related News