ଚଳନ୍ତା ଅଟୋରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ , ପ୍ରତିବାଦ କରିବାରୁ ପେଟ୍ରୋଲ ଢାଳିବା ଧମକ

ରାଜ୍ୟ

କଟକରେ ଚାଞ୍ଚଲ୍ୟ। ଜାତୀୟ ରାଜପଥରେ ଚଳନ୍ତା ଅଟୋରେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ। ଏହାର ପ୍ରତିବାଦ କରିବାରୁ ନାବାଳିକାକୁ ପେଟ୍ରୋଲ ଢ଼ାଳି ମାରିଦେବାକୁ ଧମକ ଦେଇଛନ୍ତି । ଯାହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା ଜଣକ। ଗତ 8 ତାରିଖରେ ନାବାଳିକା ଜଣକ ଜଗତପୁର ଅଞ୍ଚଳରୁ ତାଙ୍କର ଜଣେ ସାଙ୍ଗଙ୍କ ସହ ବାଦାମବାଡ଼ି ଆସିଥିଲେ । ବାଦାମବାଡ଼ିରୁ କାମ ସାରି ଫେରିବା ବେଳେ ଶିଖରପୁର ନିକଟରେ ଅଟୋଚାଳକଙ୍କୁ ପାଣି ମାଗିଥିଲେ।

 

ପାଣି ନଥିବା ଅଟୋ ଚାଳକ କହିଥିଲେ । ସେହି ସମୟରେ ନାବାଳିକାଙ୍କ ସାଙ୍ଗ ପାଣି ଆଣିବା ପାଇଁ ପଳେଇଥିଲେ ଆଉ ସେତିକିବେଳେ ଅଟୋ ଚାଳକ ଜଣକ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିଲା। ବାରମ୍ବାର ତାଙ୍କୁ ଛୁଇଁବା ପାଇଁ ଚେଷ୍ଟା କରି ନିର୍ଯ୍ୟାତନା ଦେଇଥିଲା। ତେବେ ଏ ନେଇ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଲାଛନ୍ତି । ଯାହାକୁ ନେଇ ପିଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ଅଟୋ ଡ୍ରାଇଭର କୁ ଗିରଫ କରାଯାଇଛି। ଅଭିଯୁକ୍ତର ଘର ଜଗତସିଂହପୁର ହୋଇଥିବା ବେଳେ ସେ କଟକରେ ରହି ଅଟୋ ଚଲାଉଥିବା ସୂଚନା ଦେଇଛନ୍ତି କଟକ ଡିସିପି ରସିକେଶ ଖିଲାରୀ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି।source:argusnews.in


Related News