ମୁଖ୍ୟମନ୍ତ୍ରୀଙ୍କୁ Z ବର୍ଗର ସୁରକ୍ଷା: ଆକ୍ରମଣ ପରେ ବଢିଲା ସୁରକ୍ଷା

ରାଜ୍ୟ

ନୂଆଦିଲ୍ଲୀ,୨୧।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ Z ବର୍ଗର CRPF ସୁରକ୍ଷା କଭରେ ଦିଆଯିବ। CRPF ଗତକାଲି ରାତିରୁ Z ବର୍ଗର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ୱ ନେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କେନ୍ଦ୍ରୀୟ ସୁରକ୍ଷାପ୍ରାପ୍ତ ନଥିଲେ। ଆକ୍ରମଣ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୋଲିସ ଉପରେ ଥିଲା। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ଅଧୀନରେ ରେଖା ଗୁପ୍ତାଙ୍କୁ CRPF Z ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ନୂଆ ନୂଆ ଖୁଲାସା ହେଉଛି। ବୁଧବାର ଜନ ସୁନାଇ କାର୍ଯ୍ୟକ୍ରମ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିଥିବା ରାଜେଶ ଭାଇ ଖିମଜୀ ଭାଇ ସାକାରିଆଙ୍କୁ ଆଜି ଅର୍ଥାତ୍‌ ଗୁରୁବାର ପାଞ୍ଚ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ଦିଲ୍ଲୀ ପୋଲିସ ୪୧ ବର୍ଷୀୟ ରାଜେଶଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ସେ ଗୁଜରାଟର ରାଜକୋଟର ବାସିନ୍ଦା। ଆକ୍ରମଣ ପଛର କାରଣ ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ବୁଧବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି।

source:dharitri.com


Related News