ଓଡ଼ିଶାରେ ଆଉ ୮୦୦ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ରକୁ ଅନୁରୋଧ

ଦେଶ

ରାଜ୍ୟରେ ଆହୁରି ମଜଭୁତ ହେବ ବିପର୍ଯ୍ୟୟ ପରିଚାଳନା । ଏନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଭେଟି ବିଭିନ୍ନ ଦାବି ଜଣାଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଦିଲ୍ଲୀ ଗସ୍ତ ବେଳେ ରାଜସ୍ଵ ମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଗରେ ୭ଟି ଦାବି ଉପସ୍ଥାପନ କରିଛନ୍ତି । ପ୍ରାକୃତିକ ବିପର୍ଯୟ ଜନିତ ସମସ୍ୟା ସମାଧାନ ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି । ରାଜ୍ୟରେ ଆଉ ୮୦୦ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି ରାଜସ୍ଵ ମନ୍ତ୍ରୀ ।
ଓଡ଼ିଶା ବାତ୍ୟା ପ୍ରବଣ ହୋଇଥିବାରୁ ଆଗୁଆ ପାଣିପାଗ ସୂଚନା ହାସଲକୁ ଆଧୁନିକୀକରଣ ପାଇଁ କେନ୍ଦ୍ରୀୟ ସହାୟତା ମାଗିଛନ୍ତି । ରାଜ୍ୟରେ ବାତ୍ୟା, ବନ୍ୟା ସମୟରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଉଛି । ଫଳରେ ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ କରିବାକୁ ପଡ଼ୁଛି । ତେଣୁ ରାଜ୍ୟର ମୁଖ୍ୟତଃ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବିଜୁଳି ଭିତ୍ତିଭୂମିକୁ ଅଣ୍ଡର ଗ୍ରାଉଣ୍ଡ କରିବା ପାଇଁ ଆଲୋଚନା କରିଛନ୍ତି । ଏଥିପାଇଁ ସାଢ଼େ ୭ ହଜାର କୋଟି ଟଙ୍କା ପ୍ରାଥମିକ ସ୍ତରରେ ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି ।
ସେହିଭଳି ରାଜ୍ୟରେ ଜମି ବନ୍ଦୋବସ୍ତ ନେଇ ନେଇ ବହୁ ସମସ୍ୟା ଅଛି । ତେଣୁ ଜମିଜମା ମାମଲାର ସମାଧାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଏହାସହ FCI ଚାଉଳ ଉଠିବା ପାଇଁ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ମନ୍ତ୍ରୀ ।
source:argusnews.in


Related News