Duplicate Putin: ଚାଲି ଅଲଗା... ବୋଲି ଅଲଗା... ରଙ୍ଗ ଢଙ୍ଗ ସବୁ କିଛି ଅଲଗା ଲାଗୁଥିଲା !

ବିଦେଶ

ଟ୍ରମ୍ପ ଯେତେବେଳେ ଆଲିଙ୍ଗନ କରୁଥିଲେ, ସେତେବେଳେ ବେଶି କୋଳେଇ ନେଉଥିଲେ । ଉପରେ ସିନା B2 ବମ୍ବର ଉଡୁଥିଲା, ତଳେ କିନ୍ତୁ ମୁରୁକୁ ହସୁଥିଲେ ଋଷର ରାଷ୍ଟ୍ରମୁଖ୍ୟ ପୁଟିନ୍ । କୁହାଯାଉଛି ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ନକଲି ପୁଟିନ । ସତ ଥିଲା ଆଲାସ୍କା । ସତ ଥିଲେ ଟ୍ରମ୍ପ । କିନ୍ତୁ ମିଛ ଥିଲେ ପୁଟିନ୍ ।

ଲୋକେ କହୁଛନ୍ତି ବାସ୍ତବରେ ଟ୍ରମ୍ପଙ୍କୁ ଭେଟିଛନ୍ତି ପୁଟିନଙ୍କ ବହୁରୂପୀ ବା ଡୋପେଲଗ୍ୟାଗର । ଆଲାସ୍କାରେ ଭ୍ଲାଦିମିର ପୁଟିନ ପ୍ରକୃତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ନ ଥିଲେ ବୋଲି କିଛି ଲୋକ ବିଶ୍ଵାସ କରୁଛନ୍ତି । ଏହା ବଦଳରେ ରୁଷ୍ ରାଷ୍ଟ୍ରପତି ତାଙ୍କ ଭଳି ଦେଖାଯାଉଥିବା ଏକ ବହୁରୂପୀକୁ ଆମେରିକା ମାଟିକୁ ପଠାଇଥିଲେ ବୋଲି ସେମାନେ ଦାବି କରିଛନ୍ତି । ଷଡ଼ଯନ୍ତ୍ର ତତ୍ତ୍ବବାଦୀମାନେ ପୁଟିନଙ୍କ ରୂପ ଓ ଗତିବିଧି ଉପରେ ଆଧାର କରି ଦାବି କରିଥିଲେ ଯେ ଆଲାସ୍କାରେ ଅବତରଣ କରିଥିବା ବ୍ୟକ୍ତିଙ୍କ ଗାଲ ପୂରା ଥିଲା ଏବଂ ପ୍ରକୃତ ରୁଷୀୟ ନେତାଙ୍କ ତୁଳନାରେ ସେ ଅଧିକ ହସଖୁସି ଦେଖାଯାଉଥିଲେ ।

ଭେଟ ସିନା ଆଲାସ୍କାରେ ସରିଥିଲା କିନ୍ତୁ ସୋସିଆଲ ମିଡିଆରେ ଚର୍ଚ୍ଚା ସରିନଥିଲା । ୟୁଜର୍ସ ଭ୍ଲାଦିମିର ପୁଟିନଙ୍କ ଲୁକକୁ ନେଇ ଅନେକ କଥା ଇସାରା କରିଛନ୍ତି । ଜଣେ ଏକ୍ସ ୟୁଜର ଲେଖିଛନ୍ତି, ପ୍ରକୃତ ପୁଟିନ ତ ଯାଇ ନଥିଲେ କି ତାଙ୍କର ଜଣେ ଭଲ ବହୁରୂପୀକୁ ପଠାଇ ନ ଥିଲେ । ସେ ଏକ ‘ଜୋଭିଆଲ୍ ପୁଟିନ’ଙ୍କୁ ପଠାଇଥିଲେ, ଯିଏ ସାଧାରଣତଃ ଉତ୍ତରକୋରିଆରେ କିମ୍‌ଙ୍କୁ ଭେଟିବାକୁ ଯାଆନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଯେ ଏହା ପୁଟିନଙ୍କ ସବୁଠାରୁ ବ୍ୟୟବହୁଳ ବହୁରୂପୀ । ଯିଏ ଟିକେ ଅଧିକ ହସୁଥିଲେ । ହସ ଚାପିବାକୁ ମଧ୍ୟ ଚେଷ୍ଚା କରୁଥିଲେ । ପ୍ରକୃତ ପୁଟିନ ଭାରି ନୀରବ । କମ୍ ହସନ୍ତି । ଅଧିକ ଶୁଣନ୍ତି ।

କିଛି ଲୋକଙ୍କ କଥାକୁ ଏଥିପାଇଁ ଗୁରୁତ୍ୱ ଦେବାକୁ ପଡୁଛି । ଅତୀତରେ ପୁଟିନଙ୍କ ଅବିକଳ ନକଲ ବା ବହୂରୂପୀଙ୍କୁ ଦେଖିବାକୁ ମିଳିଛି । ଅନେକ ହେଡଲାଇନ୍ସ ହୋଇଛି । କାରଣ ୭୧ ବର୍ଷୀୟ ପୁଟିନଙ୍କ ପାଇଁ କିଛି ଲୋକଙ୍କ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ଅବିକଳ ତାଙ୍କ ପରି କରାଯାଇଛି । ସବୁ ସଫଳ ଭିତରେ କିନ୍ତୁ ହାବଭାବ, ଚାଲିରୁ ବାରି ହୋଇପଡେ ଯେ କିଏ ଅସଲ ଆଉ କିଏ ନକଲ । ସେଥିପାଇଁ କୁହାଯାଉଛି ଆଲାସ୍କାରେ ୩ ଘଣ୍ଟା ମିଟିଂ ହେଲା । ୟୁକ୍ରେନ ୱାରକୁ ପ୍ରଶମିତ କରିବାକୁ ହୁରି ପଡିଲା । ହେଲେ ଚର୍ଚ୍ଚା ହେଉଛି ଟ୍ରମ୍ପଙ୍କ ସହ ଯିଏ ଥିଲେ ସିଏ କେବଳ ଶୁଣୁଥିଲେ ସିନା । କିନ୍ତୁ କାମ ଆଉ ଜଣେ କରୁଥିଲେ...।
source:argusnews.in


Related News