Britain Travel Advisory: ଭାରତ-ପାକିସ୍ତାନ ସୀମାଠାରୁ ୧୦ କିଲୋମିଟର ଦୂରେଇ ରୁହ: ବ୍ରିଟେନ ନିଜ ନାଗରିକଙ୍କ ପାଇଁ ଯାତ୍ରା ଆଡଭାଇଜରୀ ଜାରି କଲା
ଲଣ୍ଡନ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ପରେ ଅନ୍ୟ ଦେଶର ଦୂତାବାସଗୁଡ଼ିକ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। ବ୍ରିଟେନ ନିଜର ନାଗରିକମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ଭାରତ ଯାତ୍ରା କରିବା ସମୟରେ ନେବାକୁ ଥିବା ଅନେକ ସତର୍କତା ଉଲ୍ଲେଖ କରାଯାଇଛି। ବିଶେଷକରି, ବ୍ରିଟେନ ଏହାର ନାଗରିକମାନଙ୍କୁ ଭାରତ-ପାକିସ୍ତାନ ସୀମାଠାରୁ ୧୦ କିଲୋମିଟର ଦୂରରେ ରହିବାକୁ ପରାମର୍ଶ ଦେଇଛି।
ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାର ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୫ ରୁ ଅଧିକ ଆହତ ହୋଇଥିଲେ। ଏହି ବିସ୍ଫୋରଣ ଆତଙ୍କବାଦ ସହିତ ଜଡିତ ବୋଲି ଜଣାପଡିଛି। ଗୃହ ମନ୍ତ୍ରଣାଳୟ ତଦନ୍ତକୁ ଜାତୀୟ ତଦନ୍ତ ସଂସ୍ଥା (NIA)କୁ ହସ୍ତାନ୍ତର କରିଛି।
ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି, ବ୍ରିଟେନ ନିଜ ନାଗରିକମାନଙ୍କ ପାଇଁ ଏକ ଯାତ୍ରା ଆଡଭାଇଜରୀ ଜାରି କରିଛି। ନାଗରିକମାନଙ୍କୁ ଯାତ୍ରା ସମୟରେ ଅଧିକ ସତର୍କ ରହିବାକୁ କୁହାଯାଇଛି।source:sambad.in


