ନୂଆପଡ଼ା ଉପନିର୍ବାଚନ: ତୃତୀୟ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ୧୦ ହଜାର ଭୋଟ୍‌ରେ ଆଗୁଆ

ରାଜ୍ୟ

ନୂଆପଡା,୧୪ା୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ରାଉଣ୍ଡ୍‌ରୁ ହିଁ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ବଡ଼ ବ୍ୟବଧାନରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ୍ ଶେଷ ସୁଦ୍ଧା ଜୟ ଢ଼ୋଲକିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୧୦,୦୧୩ ଭୋଟ୍‌ରେ ଆଗୁଆ ଅଛନ୍ତି।

ମୋଟ୍ ଭୋଟ୍:

ଜୟ ଢ଼ୋଲକିଆ (ଭାଜପା): ୧୪,୩୭୦ ଭୋଟ୍

ସ୍ନେହାଙ୍ଗିନୀ ଛୁରିଆ (ଦ୍ୱିତୀୟ ସ୍ଥାନ): ୪,୩୫୭ ଭୋଟ୍

ଘାସିରାମ ମାଝୀ (କଂଗ୍ରେସ): ୩,୫୩୦ ଭୋଟ୍

ପୂର୍ବ ରାଉଣ୍ଡ୍ ସ୍ଥିତି
ପ୍ରଥମ ରାଉଣ୍ଡ୍: ଢ଼ୋଲକିଆ ୩,୫୪୭ ଭୋଟ୍‌ରେ ଆଗୁଆ ଥିଲେ।

ଦ୍ୱିତୀୟ ରାଉଣ୍ଡ୍: ଦ୍ୱିତୀୟ ରାଉଣ୍ଡ୍ ଶେଷ ସୁଦ୍ଧା ସେ ୭,୪୧୩ ଭୋଟ୍‌ରେ ଆଗୁଆ ଥିଲେ (ମୋଟ୍ ୧୦,୪୩୬ ଭୋଟ୍)।

ଭୋଟ୍ ଗଣତି ଆଗକୁ ବଢ଼ୁଥିବା ବେଳେ ଭାଜପା ପ୍ରାର୍ଥୀ ନିଜର ବ୍ୟବଧାନ ବଢ଼ାଇବାରେ ଲାଗିଛନ୍ତି।source:dharitri.com


Related News