ବିଜୟ ଉତ୍ସବରେ ନବୀନଙ୍କୁ ଟାର୍ଗେଟ୍ କଲେ ମୋହନ
ବିଶେଷ
ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଭାଜପା ରାାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ଏହି ଅବସରରେ ମନମୋହନ କହିଛନ୍ତି,ନୂଆପଡ଼ାରେ ଇତିହାସ ସୃଷ୍ଟି ହୋଇଛି। ସମସ୍ତଙ୍କ ପରିଶ୍ରମରୁ ଏହି ବଡ଼ ସଫଳତା ମିଳିଛି।
ବିଜୟ ଉତ୍ସବରେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟ ଢୋଲକିଆ। ଏହି ବିଜୟ ନୂଆପଡ଼ାବାସୀ ଓ ବିକାଶର ବିଜୟ ବୋଲି ସେ କହିଛନ୍ତି। ସେହିପରି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତିଚାରଣ ମୁଖ୍ୟମନ୍ତ୍ରୀ କହିଛନ୍ତି,ନୂଆପଡାର ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ।
ବିଜୟ ଉତ୍ସବରେ ନବୀନଙ୍କୁ ଟାର୍ଗେଟ କରି ଦଳ ପରିବର୍ତ୍ତନ କ’ଣ ବେଇମାନ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ବେଇମାନ କହିଥିବାରୁ ଭୋଟ୍ରେ ନୂଆପଡ଼ାବାସୀ ଉଚିତ୍ ଜବାବ ଦେଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
source:dharitri.com


