H-1B ଭିସା ଯୋଜନା, ଆମେରିକୀୟଙ୍କୁ ଶୀଘ୍ର ତାଲିମ ଦିଅ
ଆମେରିକାରେ ଲାଗୁ ହେଲା ନୂଆ ନିୟମ। ଡୋନାଲ୍ଡ ଟ୍ରମ୍ପ କହିଲେ ଯେ, ଆମେରିକୀୟଙ୍କୁ ତାଲିମ ଦିଅ। ହେଲେ ଟ୍ରମ୍ପଙ୍କ ଏପରି କହିବାର ଉଦ୍ଦେଶ୍ୟ କଣ ବୋଲି ଚର୍ଚ୍ଚା ଜୋର ଧରିଛି। ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ ଘୋଷଣା କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ H-1B ଭିସା ନୀତିର ଉଦ୍ଦେଶ୍ୟ ହେଉଛି ଦକ୍ଷ ବିଦେଶୀ ବିଶେଷଜ୍ଞଙ୍କୁ ସାମୟିକ ଭାବରେ ଆଣି ଆମେରିକୀୟ ଶ୍ରମିକମାନଙ୍କୁ ତାଲିମ ଦେବା, ସେମାନଙ୍କୁ ବିସ୍ଥାପିତ କରିବା ନୁହେଁ।
ବେସେଣ୍ଟ୍ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଟ୍ରମ୍ପ୍ ପ୍ରଶାସନ ବାର୍ଷିକ ୧,୦୦,୦୦୦ ଡଲାରରୁ କମ୍ ଆୟ କରୁଥିବା ପରିବାରମାନଙ୍କୁ ୨,୦୦୦ ଡଲାରର ଟାରିଫ୍ ରିବେଟ୍ ଦେବା ଉପରେ ଆଲୋଚନା କରୁଛି।ଏକ ସାକ୍ଷାତକାରରେ ବେସେଣ୍ଟ୍ କହିଛନ୍ତି ଯେ, ଏହି ଯୋଜନା ହେଉଛି ଏକ “ଜ୍ଞାନ ସ୍ଥାନାନ୍ତର” ରଣନୀତି। ଦଶନ୍ଧି ଧରି ବାହାରକୁ ଚାଲିଯାଇଥିବା ଆମେରିକାର ଉତ୍ପାଦନ, ଜାହାଜ ନିର୍ମାଣ ଏବଂ ସେମିକଣ୍ଡକ୍ଟର ଉଦ୍ୟୋଗକୁ ପୁନଃ ନିର୍ମାଣ କରିବା ଏହାର ଲକ୍ଷ୍ୟ। ତେଣୁ ଯେଉଁମାନେ ଅଧିକ ଦକ୍ଷ ସେମାନଙ୍କୁ ସାମୟିକ ଭାବରେ ଆଣି ଆମେରିକୀୟ ଶ୍ରମିକମାନଙ୍କୁ ତାଲିମ ଦିଅ।
source:argusnews.in


