China Secret Nuclear Tests Trump Administration: ଗୁପ୍ତ ଭାବେ ପରମାଣୁ ପରୀକ୍ଷଣ କରୁଛି ଚୀନ୍; ଚୀନ୍ ବିରୋଧରେ ଆମେରିକାର ବଡ଼ ଅଭିଯୋଗ

ବିଦେଶ

ୱାସିଂଟନ: ଆନ୍ତର୍ଜାତୀୟ ମାନଦଣ୍ଡ ଉଲ୍ଲଂଘନ କରି ଚୀନ୍ ଗୁପ୍ତ ପରମାଣୁ ପରୀକ୍ଷଣ କରୁଥିବା ଅଭିଯୋଗ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ କରାଯାଇଛି। ଏହାକୁ ନେଇ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଆମେରିକୀୟ ଅଧିକାରୀମାନେ ଦାବି କରିଛନ୍ତି, ବେଜିଂ ନିଜର ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ଶହ ଶହ ଟନ୍ ପରମାଣୁ ଅସ୍ତ୍ର ପରିଚାଳନା କରି ​​ ସେଗୁଡ଼ିକୁ ବିଶ୍ୱଠାରୁ ଲୁଚାଇବାକୁ ଚେଷ୍ଟା କରୁଛି।

ଆମେରିକା ଅଭିଯୋଗ କରିଛି, ଚୀନ୍ ଜୁନ୍ ୨୦୨୦ରେ ଏକ ଗୁପ୍ତ ପରମାଣୁ ପରୀକ୍ଷଣ କରିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚୀନ୍ ଏହି ଗୁପ୍ତ ପରମାଣୁ ପରୀକ୍ଷଣ ଜୁନ୍ ୨୨, ୨୦୨୦ରେ କରିଥିଲା, ଯେତେବେଳେ ଭାରତ ସହିତ ଗାଲୱାନ୍ ଉପତ୍ୟକାରେ ଏହାର ସଂଘର୍ଷ ଜୁନ୍ ୧୫ରେ ହୋଇଥିଲା। ଏହାର ୭ ଦିନ ପରେ ଚୀନ୍ ଲୁଚାଛପା ଭାବେ ଏଭଳି କରିଥିଲା। ଆମେରିକା ସରକାର କହିଛନ୍ତି, ଚୀନ୍ ଗୁପ୍ତ ଭାବରେ ଅତି କମରେ ଗୋଟିଏ ଉପଜ ଉତ୍ପାଦନକାରୀ ପରମାଣୁ ପରୀକ୍ଷଣ(ଇଲ୍ଡ ପ୍ରଡ୍ୟୁସିଂ ନ୍ୟୁକ୍ଲିୟର ଟେଷ୍ଟ) କରିଛି।ଏହାକୁ ନିଷିଦ୍ଧ କରାଯାଇଛି। ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ ଏବଂ ରୁଷିଆ ଉଦ୍ଦେଶ୍ୟରେ ପୂର୍ବରୁ କହିଥିଲେ ଯେ, ଏବେ ଆମେରିକା ମଧ୍ୟ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବ।source:sambad.in


Related News