Texas Father Shoots Daughter: ଟ୍ରମ୍ପଙ୍କୁ ନେଇ ଘରେ ଯୁକ୍ତିତର୍କ, ଝିଅକୁ ଗୁଳି କଲେ ବାପା

ବିଦେଶ

ଟେକ୍ସାସ :ଆମେରିକାର ଟେକ୍ସାସ ରାଜ୍ୟରେ ଏକ ପାରିବାରିକ ବିବାଦ ଦୁଃଖଦ ମୋଡ଼ ନେଇଛି। ୨୩ ବର୍ଷୀୟ ବ୍ରିଟିଶ ମହିଳା ଲୁସି ହାରିସନଙ୍କର ତାଙ୍କ ବାପାଙ୍କ ସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ପ୍ରବଳ ଯୁକ୍ତିତର୍କ ପରେ ବାପା ଗୁଳି କରି ଝିଅଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ଡାଲାସ ନିକଟସ୍ଥ ପ୍ରସପର ଅଞ୍ଚଳରେ ଘଟିଛି। ମାମଲା ଏବେ କୋର୍ଟରେ ପହଞ୍ଚିଛି। ବିଚାର ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଇଂଲଣ୍ଡର ଚେଶାୟାରର ୱାରିଂଟନ୍‌ର ଲୁସି ତାଙ୍କ ପ୍ରେମିକ ସାମ୍ ଲିଟଲରଙ୍କ ସହ ଟେକ୍ସାସ ଆସିଥିଲେ। ସେ ତାଙ୍କ ବାପା କ୍ରିସ୍ ହାରିସନ୍ ଓ ତାଙ୍କ ପରିବାର ସହିତ ରହୁଥିଲେ। ପୁଲିସ ହତ୍ୟା ସନ୍ଦେହରେ ମାମଲାର ତଦନ୍ତ କରୁଛି। କିନ୍ତୁ ବାପାଙ୍କ ବିରୋଧରେ କୌଣସି ଅପରାଧିକ ଅଭିଯୋଗ ଦାଖଲ ହୋଇନାହିଁ।

କୋର୍ଟରେ ସାକ୍ଷ୍ୟ ଦେଇ ସାମ୍ ଲିଟଲର କହିଥିଲେ ଯେ, ସେମାନେ ବିମାନବନ୍ଦରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ସେତେବେଳେ ଲୁସି ଓ ତାଙ୍କ ବାପାଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସାମ୍‌ଙ୍କ ଅନୁଯାୟୀ, ପୂର୍ବରୁ ଅନେକ ପ୍ରସଙ୍ଗକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଦୁହିଁଙ୍କ ମଧ୍ୟରେ ଶେଷଥର ପାଇଁ ଘରେ ବନ୍ଧୁକ ରଖିବା ପ୍ରସଙ୍ଗକୁ ନେଇ ‌ଯୁକ୍ତି ହୋଇଥିଲା। ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା।ରିପୋର୍ଟ ଅନୁଯାୟୀ, ଯୁକ୍ତିତର୍କ ସମୟରେ ଲୁସି ତାଙ୍କ ବାପାଙ୍କୁ ଏକ ସମ୍ବେଦନଶୀଳ ପ୍ରଶ୍ନ ପଚାରିଥିଲେ ଯେ, ଯଦି ମତେ ଯୌନ ନିର୍ଯାତନା ଦିଆଯାଏ ତେବେ ଆପଣ କିପରି ଅନୁଭବ କରିବେ? ଏହା ପ୍ରତି ତାଙ୍କ ବାପାଙ୍କ ପ୍ରତିକ୍ରିୟା ଯନ୍ତ୍ରଣାଦାୟକ ଥିଲା। ସାକ୍ଷ୍ୟ ଅନୁଯାୟୀ, ସେ କହିଥିଲେ ଯେ, ତାଙ୍କର ଅନ୍ୟ ଦୁଇ ଝିଅ ତାଙ୍କ ସହିତ ରହୁଛନ୍ତି ଏବଂ ଯଦି ଏପରି ଘଟଣା ଘଟେ ତେବେ ଏହା ତାଙ୍କୁ ଅଧିକ କଷ୍ଟ ଦେବ ନାହିଁ। ଏହି ଉତ୍ତରରେ ଲୁସି ଭାବପ୍ରବଣ ହୋଇଯାଇଥିଲେ, ଏବଂ ସେ କାନ୍ଦି କାନ୍ଦି ଉପର ମହଲାକୁ ଚାଲିଯାଇଥିଲେ।
source:smbad.in


Related News