Vaibhav suryavanshi : ମ୍ୟାଟ୍ରିକ୍‌ ପରୀକ୍ଷା ଦେବେ ବୈଭବ ସୂର୍ଯ୍ୟବଂଶୀ

ଖେଳ

ସମସ୍ତିପୁର : ଭାରତୀୟ କ୍ରିକେଟ୍‌ର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ବକପ୍‌ ଫାଇନାଲ୍‌ରେ ୧୭୫ ରନ କରି ଚର୍ଚ୍ଚାରେ ଥିବାବେଳେ ସେ ଆଉ ଏକ ଚ୍ୟାଲେଞ୍ଜ୍‌ର ସାମନା କରିବାକୁ ଯାଉଛନ୍ତି। କିନ୍ତୁ ସେହି ଚ୍ୟାଲେଞ୍ଜ୍‌ଟି କ୍ରିକେଟ୍‌ ପଡ଼ିଆରେ ନୁହେଁ ଶିକ୍ଷା କ୍ଷେତ୍ରରେ।

ବୈଭବ ଆସନ୍ତା ୧୭ ତାରିଖରୁ ସିବିଏସଇ ୧୦ମ ଶ୍ରେଣୀ ବା ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଛନ୍ତି। ସେ ବିହାରର ସମସ୍ତିପୁର ସ୍ଥିତ ପୋଦ୍ଦାର ଅନ୍ତର୍ଜାତୀୟ ସ୍କୁଲରେ ପରୀକ୍ଷା ଦେବେ। ଏଥିପାଇଁ ସ୍କୁଲ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏ ନେଇ ସ୍କୁଲର ଅଧ୍ୟକ୍ଷ ନିଲ୍ କିଶୋର କହିଛନ୍ତି ଯେ ବୈଭବଙ୍କ ପରୀକ୍ଷା ୧୭ରୁ ଆରମ୍ଭ ହେବ ଓ ଏଥିପାଇଁ ତାଙ୍କୁ ପ୍ରବେଶ ପତ୍ର ପ୍ରଦାନ କରାଯାଇଛି। 
ବୈଭବଙ୍କୁ ନେଇ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ ରହିଛି। କିନ୍ତୁ ତାଙ୍କୁ ପରୀକ୍ଷା ସମୟରେ ଅନ୍ୟ ପିଲାମାନଙ୍କ ପରି ସମାନ ସୁବିଧା ଓ ସୁରକ୍ଷା ପ୍ରଦାନ କରାଯିବ। କାରଣ ଏହା ଶିକ୍ଷା କ୍ଷେତ୍ର, କ୍ରିକେଟ୍‌ ପଡ଼ିଆ ନୁହେଁ।

ପୁଣି ଅନ୍ୟ ପିଲାମାନେ ଯେପରି ସହଜରେ ପରୀକ୍ଷା ଦେଇପାରେ ତାହା ଉପରେ ଧ୍ୟାନ ଦିଆଯାଉଛି।ଇଂଲଣ୍ଡ ବିରୋଧରେ ଖେଳାଯାଇଥିବା ୧୯ ବର୍ଷରୁ କମ ବିଶ୍ବକପ୍‌ ଫାଇନାଲ୍‌ରେ ବୈଭବ ମାତ୍ର ୮୦ଟି ବଲ୍‌ରୁ ୧୫ ଛକା ଓ ୧୫ ଚୌକା ସହ ୧୭୫ ରନ କରି ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।source:sambad.in


Related News