sarthak missing / ସାର୍ଥକ ନିଖୋଜ ଘଟଣାକୁ ବିତିଲାଣି ୧୧ ଦିନ, ପୁଅକୁ ଖୋଜିବାକୁ ମା' ଯିବେ ସିଙ୍ଗାପୁର

ରାଜ୍ୟ

ଜାହାଜରେ ଓଡିଆ କ୍ୟାଡେଟ ସାର୍ଥକ ମହାପାତ୍ର ନିଖୋଜ ଘଟଣାକୁ ୧୧ ଦିନ ବିତିଗଲାଣି । ଏପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିନାହିଁ । ନିଖୋଜ ମର୍ଚେଣ୍ଟ ନେଭି ସାର୍ଥକ ଙ୍କୁ ଖୋଜିବା ପାଇଁ ଆଜି ପରିବାର ଲୋକେ ଯିବେ ସିଙ୍ଗାପୁର। ସାର୍ଥକର ମାମୁ ଓ ମାଁ ରଶ୍ମିତା ଯିବେ ସିଙ୍ଗାପୁର। ଆସନ୍ତାକାଲି ପହଂଚିବେ। ଯେଉଁ ଜାହାଜରେ ସାର୍ଥକ ନିଖୋଜ ହୋଇଥି ଥିଲେ ସେହି ଜାହାଜଟି ସକାଳ 11 ସମୟ ରେ ସିଙ୍ଗାରପୁରର ସମୁଦ୍ର କୂଳରେ ଲାଗିବ ।

ନିଖୋଜ ହେବାର ବିତିଗଲାଣି ୧୧ ଦିନ । ପୁଅର ଖବର ଶୁଣିବାକୁ ଛଟପଟ ହେଉଛି ମମତା । ଏବେ ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ଯିବେ ମା’ ଓ ମାମୁ। ଏଥିପାଇଁ ସିଙ୍ଗାପୁର ଗସ୍ତ କରିବେ ସାର୍ଥକଙ୍କ ମାଆ ରଶ୍ମିତା ଓ ମାମୁଁ। ସାର୍ଥକ ନେଇଥିବା ଜାହାଜ ଆସନ୍ତା ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବ । ଏହାପରେ ମାଆ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ପୁଅକୁ ଖୋଜିବେ। ଉଭୟଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ଜାହାଜ କମ୍ପାନୀ। ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସିଙ୍ଗାପୁର ଓ ଭାରତ ସରକାର କରିବେ। ମରିସସ୍ ନିକଟରେ ଗଭୀର ସମୁଦ୍ରରୁ ନିଖୋଜ ପରେ ସାର୍ଥକଙ୍କ ମିଳୁନି ପତ୍ତା। ମଝି ସମୁଦ୍ରରେ ରହସ୍ୟମୟ ଭାବେ ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର ଗାୟବ ଘଟଣାକୁ ୧୧ ଦିନ ବିତିଗଲାଣି। ଗତ ୨ ତାରିଖରେ ମାଆଙ୍କ ସହ ଶେଷ ଥର ପାଇଁ କଲରେ କଥା ହୋଇଥିଲେ ସାର୍ଥକ । ହଟାତ 3 ତାରିଖ ଜାହାଜରେ ଡ୍ୟୁଟି ବେଳେ ସାର୍ଥକ ନିଖୋଜ ହୋଇଯାଥିଲେ। ରହସ୍ୟମୟ ଭାବେ ନିଖୋଜ ହୋଇ ଯାଇଥିବା ସାର୍ଥକ ମହାପାତ୍ର ଙ୍କୁ ଖୋଜିବା ପାଇଁ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ଅନେକ ପ୍ରୟାସ ଜାରି ରଖିଛନ୍ତି।

ସାର୍ଥକଙ୍କ ମା’ ରଶ୍ମିତା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହା ଉପରେ ବୃଦ୍ଧିତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କୁ କୁହାଯାଇଥିଲା। ଆବାସିକ କମିସନର ବିଶାଲ ଗଗନ ସାର୍ଥକଙ୍କ ସମ୍ପର୍କର ତଥ୍ୟ ଦେବାକୁ ବନ୍ଦର, ସିଫି ଓ ଜଳପଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠିଲେଖି ଜଣାଇଥିଲେ | ତେବେ ସାର୍ଥକ ଶେଷଥର ପାଇଁ ୩ ଫେବ୍ରୁଆରି ସକାଳ ୬ଟା ୧୫ ମିନିଟ୍ (ସ୍ଥାନୀୟ ସମୟ)ଭୈ ଜାହାଜରେ ଦେଖିବାକୁ ମିଳିଥିଲେ ବୋଲି ଆଫ୍ଲୋ-ଇଷ୍ଟର୍ଣ୍ଣ ସିପିଂ ମ୍ୟାନେଜମେଣ୍ଟ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପରିବାରଲୋକଙ୍କୁ ଅବଗତ କରାଯାଇଥିଲାsource:argusnews.in


Related News