AI summit / ଆଜିଠାରୁ ଦୁନିଆର ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଏଆଇ ଇମ୍ପାକ୍ଟ ସମ୍ମିଳନୀ
ଏଆଇ ଇମ୍ପାକ୍ଟ ସମ୍ମିଳନୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ। ଏହି ସମ୍ମିଳନୀ ଯୁବକଙ୍କ ସାମର୍ଥ୍ୟକୁ ଦର୍ଶାଉଛି। ଏହି ଏଆଇ ଇମ୍ପାକ୍ଟ ସମ୍ମିଳନୀ ପାଇଁ ସମଗ୍ର ବିଶ୍ବରୁ ଲୋକ ଭାରତକୁ ଆସୁଛନ୍ତି। ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଆଜିଠାରୁ ଅନୁଷ୍ଟିତ ହେବାକୁ ଯାଉଛି ଦୁନିଆର ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଏଆଇ ଇମ୍ପାକ୍ଟ ସମ୍ମିଳନୀ। ଏହି 'ଏଆଇ ଇମ୍ପାକ୍ଟ ସମ୍ମିଳନୀ'କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଫେବୃଆରୀ ୧୬ରୁ ୨୦ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ବିଶ୍ୱର ୧୦୦ରୁ ଅଧିକ ଦେଶ ସମ୍ମିଲନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ବିଶ୍ୱର ପ୍ରମୁଖ ନେତା ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ଯୋଗଦେବେ। ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭାଙ୍କ ଭଳି ବଡ଼ ନେତାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃତ୍ରିମ ବୁଦ୍ଧିମତ୍ତା (AI)ର ସକାରାତ୍ମକ ବ୍ୟବହାର ଏବଂ ଏହାର ପ୍ରଭାବ ଉପରେ ଆଲୋଚନା କରିବା। ' ପିପୁଲ, ପ୍ଲାନେଟ୍ ଏବଂ ପ୍ରୋଗ୍ରେସ' (ଲୋକ, ପୃଥିବୀ ଏବଂ ପ୍ରଗତି) ଉପରେ ସମ୍ମିଳନୀ ରେ 300ଟି ସଂଗୃହିତ ପ୍ରଦର୍ଶନୀ ମଣ୍ଡପ ଏବଂ ଲାଇଭ୍ ପ୍ରଦର୍ଶନି ରହିବ। ଏକ୍ସପୋରେ 600 ରୁ ଅଧିକ ଉଚ୍ଚ-ସମ୍ଭାବ୍ୟ ଷ୍ଟାର୍ଟଅପ୍ ଏବଂ 13 ଟି ଦେଶର ପାଭିଲିୟନ୍ ପ୍ରଦର୍ଶିତ ହେବ ଯାହା AI ଇକୋସିଷ୍ଟମରେ ଆନ୍ତର୍ଜାତୀୟ ସହଯୋଗ ପ୍ରଦର୍ଶନ କରିବ। ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ଫାର୍ମ, ଷ୍ଟାର୍ଟଅପ୍, ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ, କେନ୍ଦ୍ର ଏବଂ ରାଜ୍ୟ ସରକାର ଏବଂ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଏକତ୍ରିତ କରିବ ଏହି ସମ୍ମିଳନୀ। ଏଥିରେ ଅଷ୍ଟ୍ରେଲିଆ, ଜାପାନ, ରୁଷ, UK , ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡସ୍, ସ୍ୱିଜରଲ୍ୟାଣ୍ଡ, ସର୍ବିଆ, ଏଷ୍ଟୋନିଆ, ତାଜିକିସ୍ତାନ ଏବଂ ଆଫ୍ରିକାର ପାଭିଲିୟନ୍ ଅନ୍ତର୍ଭୁକ୍ତ। 500 ରୁ ଅଧିକ ଅଧିବେଶନ ଆୟୋଜନ କରାଯିବ, ଯେଉଁଥିରେ 3250 ରୁ ଅଧିକ ଦୂରଦୃଷ୍ଟିସମ୍ପନ୍ନ ବକ୍ତା ଏବଂ ପ୍ୟାନେଲ ସଦସ୍ୟ ସାମିଲ ହେବେ।
ଏହି ଅଧିବେଶନ ଗୁଡ଼ିକରେ AI ବ୍ୟବହାର ଯେମିତିକି ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଅର୍ଥ ବ୍ୟବସ୍ଥା, ଶାସନ ନୀତି, ଲୋକ ସେବା କ୍ଷେତ୍ରରେ କିପରି AIକୁ ସୁଦୃଢ଼ କରାଯାଇ ପାରିବ ବିଭିନ୍ନ କ୍ଷେତ୍ରରେ AIର ପରିବର୍ତ୍ତନକାରୀ ପ୍ରଭାବକୁ ସ୍ୱୀକାର କରିବା ଏବଂ ପ୍ରତ୍ୟେକ ବିଶ୍ୱ ନାଗରିକଙ୍କୁ AI ଲାଭ ପହଞ୍ଚାଇବା ପାଇଁ ଭବିଷ୍ୟତର କାର୍ଯ୍ୟ ଉପରେ ବିଚାର ବିମର୍ଶ କରାଯିବ। ଏବଂ AI ବ୍ୟବହାର ଯେମିତିକି ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଅର୍ଥ ବ୍ୟବସ୍ଥା, ଶାସନ ନୀତି, ଲୋକ ସେବା କ୍ଷେତ୍ରରେ କିପରି AIକୁ ସୁଦୃଢ଼ କରାଯାଇ ପାରିବ, ତା ସହିତ ମାନବ ପୁଞ୍ଜି, ସାମାଜିକ ସଶକ୍ତିକରଣ ପାଇଁ ଅନ୍ତର୍ଭୁକ୍ତିକରଣ, AI ସମ୍ବଳଗୁଡ଼ିକର ଗଣତାନ୍ତ୍ରିକୀକରଣ ଓ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଜ୍ଞାନ ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବା ଉପରେ କେନ୍ଦ୍ରିତ କରାଯିବ।source:argusnews.in


