Geeta Pattnaik / ଓଲିଉଡରେ ଲାଗିଛି କାହାର ନଜର, ଜାଗର ସନ୍ଧ୍ୟାରେ ଆଖି ବୁଜିଲେ ଗୀତା ପଟ୍ଟନାୟକ
ଓଲିଉଡ୍ ଜଗତକୁ ପୁଣି ଏକ ଶକ୍ତ ଝଟକା। ନିରବି ଗଲେ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ଏଖବର ପରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଦୁଃଖର ଛାଇ ଖେଳିଯାଇଛି। କୁହାଯାଉଛି ଯେ, ବୋଧେ ଓଲିଉଡ ଜଗତରେ କାହାର ନଜର ଲାଗିଯାଇଛି। ଗତ କିଛି ଦିନ ହେବ ଜଣେ ଜଣେ ହୋଇ ଅନେକ କଣ୍ଡଶିଳ୍ପୀଙ୍କ ଦେହାନ୍ତ ହୋଇଗଲାଣି। ଜଣକ ପରେ ଜଣଙ୍କ ଦେହାନ୍ତ ଓଡ଼ିଆ ସଙ୍ଗୀତ ଜଗତକୁ ଦୋହଲାଇ ଦେଇଛି। ନିକଟରେ କଣ୍ଟଶିଳ୍ପୀ ହ୍ୟୁମାନ ସାଗର ଓ ପରେ ଅଭିଜିତ ମଜୁମଦାର ଆଉ ଏବେ ଗୀତା ପଟ୍ଟନାୟକ।ହୃଦଘାତରେ ଆଖିବୁଜିଲେ ଭେଟେରାନ୍ ସିଙ୍ଗର ଗୀତା ପଟ୍ଟନାୟକ। ସନ୍ଧ୍ୟା ୬ଟା ୧୮ ମିନିଟରେ ଆଖି ବୁଜିଲେ ଗୀତା। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଗୀତାଙ୍କ ଦେହାନ୍ତ ହୋଇଛି।
ସେ ଯାଯାବର, ନାଗଫାଶ, ତଅପୋଇ ଭଳି ଲୋକପ୍ରିୟ ଗୀତରେ କଣ୍ଠଦାନ କରି ଲୋକଙ୍କ ଭଲପାଇବା ସାଉଁଟିଥିଲେ। ଏହାସହ ଅଦିନମେଘ, ସଂସାର, ଆହୁତିରେ କଣ୍ଠଦାନ କରିଥିଲେ। ଏହାସହ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଥିଲେ। ସୂଚନାନୁସାରେ ଆସନ୍ତାକାଲି ସତୀଚଉରା ଶ୍ମଶାମନରେ ଗୀତାଙ୍କର ଅନ୍ତିମ ସଂସ୍କାର ହେବ। ତେବେ ସେ ଅନେକ ଓଡ଼ିଆ ଫିଲ୍ମରେ ଗୀତ ଗାଇ ବେଶ୍ ଭଲପାଇବା ସାଉଁଟିଥିଲେ।source:argusnews.in


