Microsoft 365 Down ; ସାରା ଦୁନିଆରେ ମାଇକ୍ରୋସଫ୍ଟ ଠପ୍, କ୍ଲାଉଡ୍ ସର୍ଭର ବାରମ୍ଵାର ଡାଉନ୍
ନୂଆଦିଲ୍ଲୀ, ୧୩/୧୧ : ୯ ଘଣ୍ଟା ହେଲା ମାଇକ୍ରୋସଫ୍ଟ ଠପ୍ । ଚାଲୁନି ମାଇକ୍ରୋସଫ୍ଟ, ଆଉଟଲୁକ୍ ଏବଂ ଟିମ୍ସ । କ୍ଲାଉଡ୍ ସର୍ଭର ବାରମ୍ଵାର ଡାଉନ୍ । ସାରା ଦୁନିଆରେ ଅଚାନକ ମାଇକ୍ରୋସଫ୍ଟ ସର୍ଭର ଅଚାନକ ଠପ୍ ହୋଇଯାଇଛି । ଫଳରେ ବହୁ କମ୍ପାନୀ ଏବଂ ସରକାରୀ ଅଫିସରେ କାମ ଠପ୍ ହୋଇଯାଇଛି ।
ସୂଚନାନୁଯାୟୀ, ବଡ଼ ବଡ଼ କମ୍ପାନୀ ଏବଂ ବହୁ ସରକାରୀ ଅଫିସରେ ଇମେଲ୍ ଏବଂ ମିଟିଂ ପାଇଁ Microsoft 365, Outlook ଏବଂ Teams ବ୍ୟବହାର କରାଯାଏ । ଗୁରୁବାର ଦିନ ଆମେରିକାର ହଜାର ହଜାର ୟୁଜର୍ସଙ୍କ କମ୍ପ୍ୟୁଟର ସର୍ଭର ହଠାତ୍ ଠପ୍ ହୋଇଗଲା । ଯାହାଫଳରେ OpenAI ଏବଂ Anthropic ର AI ସେବାରେ ବ୍ୟବହୃତ କନେକ୍ଟରଗୁଡ଼ିକୁ ପ୍ରଭାବିତ କରିଥିଲା । ଆଉଟେଜ୍ ଟ୍ରାକ୍ କରୁଥିବା ଡାଉନଡିଟେକ୍ଟର ମଧ୍ୟ ଏହା କନଫର୍ମ କଲେ । ଡାଉନଡିଟେକ୍ଟର ଅନୁଯାୟୀ, ଆମେରିକାରେ ଅପରାହ୍ନ ୨ଟାରେ ଆଉଟଲୁକ୍ ସମସ୍ୟା ଆରମ୍ଭ ହୋଇଥିଲା । ଯାହା ପରେ ପ୍ରାୟ ୧ ଲକ୍ଷ ରିପୋର୍ଟ ଦାଖଲ କରାଯାଇଥିଲା । ଭାରତୀୟ ସମୟ ଅନୁସାରେ ଦିନ ୧୨ଟାରେ ସମସ୍ୟା ଆରମ୍ଭ ହୋଇଥିଲା ।
source:prameya news


