Phuket Fire / ଫୁକେଟରେ ଭୟଙ୍କର ଅଗ୍ନିକାଣ୍ଡ…ଜିଅନ୍ତା ଜଳିଗଲେ ୧୧ ଜଣ, ୧୬ ଆହତ

ବିଦେଶ

ଥାଇଲାଣ୍ଡର 'ଫୁକେଟ୍' (Phuket) ରେ ଏକ ବ୍ୟବସାୟିକ କୋଠାରେ ଲାଗିଥିବା ନିଆଁରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଯେଉଁ କୋଠାରେ ନିଆଁ ଲାଗିଥିଲା, ସେଠାରେ ପର୍ଯ୍ୟଟକମାନଙ୍କୁ ଗାଡ଼ି ଭଡ଼ାରେ ଦେଉଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଚାଲୁଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ପାଖରେ ଥିବା ଅନ୍ୟ କୋଠାଗୁଡ଼ିକୁ ମଧ୍ୟ ବ୍ୟାପି ଯାଇଥିଲା। ଭୋର ପ୍ରାୟ ୩:୧୭ (୨୦୧୭ GMT) ସମୟରେ ନିଆଁ ଲାଗିଥିଲା ଏବଂ ଅଗ୍ନିଶମ ବାହିନୀକୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା। ଆହତମାନଙ୍କ ମଧ୍ୟରେ ୧୫ ଜଣ ଥାଇଲାଣ୍ଡର ନାଗରିକ ଏବଂ ଜଣେ ମିଆଁମାରର ନାଗରିକ ଅଛନ୍ତି। ଭାଗ୍ୟବଶତଃ, ମୃତକ କିମ୍ବା ଆହତମାନଙ୍କ ମଧ୍ୟରେ କୌଣସି ପର୍ଯ୍ୟଟକ ନାହାନ୍ତି। ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ ଚାଲିଛି। ଏହି କୋଠାଟି ଫୁକେଟର ପଶ୍ଚିମ ଉପକୂଳରେ ଥିବା 'ପାଟୋଙ୍ଗ ବିଚ୍' (Patong Beach) ନିକଟବର୍ତ୍ତୀ ସହରାଞ୍ଚଳରେ ଅବସ୍ଥିତ। ଚାରି ମାସ ପୂର୍ବେ, ବ୍ୟାଙ୍କକର ଏକ ବାର୍‌ରେ ଲାଗିଥିବା ନିଆଁରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା।
 

  • ବିଷାକ୍ତ ଧୂଆଁ ନିଶ୍ୱାସ ନେବା ଯୋଗୁଁ ମୃତ୍ୟୁ


ପାଟୋଙ୍ଗ ମ୍ୟୁନିସିପାଲିଟିର ଡେପୁଟି ମେୟର ସାନାକୋର୍ଣ୍ଣ କିସିନଙ୍କ ଅନୁଯାୟୀ, ତଳ ମହଲାରେ ଥିବା ୧୦୦ରୁ ଅଧିକ ମୋଟରସାଇକେଲ ମଧ୍ୟରେ ନିଆଁ ଲାଗିଯାଇଥିଲା ଏବଂ ଏହା ଦ୍ରୁତ ଗତିରେ ଉପରକୁ ବ୍ୟାପିଯାଇଥିଲା। କଳା ଧୂଆଁ ବାହାରକୁ ବାହାରି ଉପର ମହଲାରେ ଥିବା ଲୋକ ଫସିଯାଇଥିଲେ। ନିଆଁର ତେଜ ଏତେ ପ୍ରଖର ଥିଲା ଯେ, ୧୧ ଜଣ ପୀଡିତଙ୍କ ମଧ୍ୟରୁ ଅଧିକାଂଶ ଧୂଆଁ ନିଶ୍ୱାସ ନେବା ଯୋଗୁଁ ମୃତ୍ୟୁବରଣ କରିଥିଲେ। ଅନେକ ଆହତ ଉଦ୍ଧାର ବେଳେ ତୃତୀୟ ଏବଂ ପଞ୍ଚମ ମହଲାରୁ ଉଦ୍ଧାର ହୋଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କୋଠା ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ।

ଅଗ୍ନିକାଣ୍ଡ ବିଷୟରେ ଖବର ପାଇବା ପରେ, ପାଟୋଙ୍ଗ ଥାନାର ଡେପୁଟି ଇନଭେଷ୍ଟିଗେସନ୍ ଇନ୍ସପେକ୍ଟର ପୋଲିସ୍ କ୍ୟାପଟେନ୍ ଭିସାନୁ ଚୁମି, ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧୀକ୍ଷକ ପୋଲିସ୍ କର୍ଣ୍ଣେଲ କୋରାକ୍ରିଟ ଖାନକ୍ରୁଙ୍କୁ ଏ ବିଷୟରେ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ନିଆଁକୁ ଆୟତ୍ତ କରିବା ପରେ ମଧ୍ୟ, ବିଦ୍ୟୁତ୍ ସ୍ପାର୍କିଂ ଜାରି ରହିଥିଲା।

ସର୍ଟସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସମ୍ଭାବନା ରହିଛି। ପୋଲ ପାଖରେ ପାର୍କିଂ ହୋଇଥିବା ମୋଟରସାଇକେଲ ଉପରେ ସ୍ପାର୍କିଂ ପଡ଼ି ବହୁ ପଦାର୍ଥ ଜଳିଯାଇଥିଲା। ପାଟଙ୍ଗ ମ୍ୟୁନିସିପାଲିଟି ଏବଂ କୁସୋଲଡର୍ମ ଫୁକେଟ୍ ଫାଉକେଟ୍ ଫାଉଣ୍ଡେସନର କର୍ମଚାରୀମାନେ ପ୍ରଭାବିତ କୋଠାଗୁଡ଼ିକର ଏକ ସମ୍ପୂର୍ଣ୍ଣ ସନ୍ଧାନ ଏବଂ ସୁରକ୍ଷା ଯାଞ୍ଚ କରିଥିଲେ। ପୋଲିସ ଏବଂ ଅଗ୍ନିଶମ ବିଭାଗ ବର୍ତ୍ତମାନ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।

source:argus news


Related News