Noel Tata : ବଦଳିଯିବ କି ଟାଟା ଗ୍ରୁପ୍ର କାର୍ଯ୍ୟଶୈଳୀ ? ଲିଷ୍ଟିଂ ଯୋଜନାକୁ ନେଇ କାହିଁକି ଚିନ୍ତିତ ନୋଏଲ୍ ଟାଟା !
ନୂଆଦିଲ୍ଲୀ : ଟାଟ ସନ୍ସର ଚେୟାରମ୍ୟାନ୍ ନୋଏଲ ଟାଟା ପୁଣି ଥରେ ଟାଟା ସନ୍ସର ଲିଷ୍ଟିଂ ଯୋଜନାକୁ କରିଛନ୍ତି ବିରୋଧ । ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମିଟ (HTLS) ରେ ସେ କହିଛନ୍ତି , ଟାଟା ସନ୍ସକୁ ଶେୟାର ବଜାରରେ ଲିଷ୍ଟ କରାଇବାରେ ୧୫୦ ବର୍ଷରୁ ଅଧିକ ପୁରୁଣା ଏହି ଗ୍ରୁପର କାମ କରିବାର ମୌଳିକତା ବଦଳି ଯିବ । ସେ ଜୋର ଦେଇ କହିଛନ୍ତି ଯେ, କମ୍ପାନୀର ସବୁଠୁ ବଡ଼ ଶେୟାରଧାରୀ ସଂସ୍ଥା ଗ୍ରୁପର ଅଣ-ତାଲିକାଭୁକ୍ତ ସ୍ୱରୂପକୁ ଜାରି ରଖିବା ପାଇଁ ନିୟାମକଙ୍କ ସହ ଆଲୋଚନା କରିବାରେ ସକାରାତ୍ମକ ଭୂମିକା ଗ୍ରହଣ କରିବ ।
ନୋଏଲ ଟାଟ କହିଛନ୍ତି ,କିଛି ଲୋକ ଗ୍ରୁପର ହୋଲଡିଂ କମ୍ପାନୀକୁ ଲିଷ୍ଟ କରାଇବାକୁ ପ୍ରସ୍ତାବ ରଖିଛନ୍ତି , ତାଙ୍କୁ ଡ଼ର ଯେ, ଲିଷ୍ଟିଂ ପରେ ଶେୟାରଧାରୀଙ୍କ ସଂଖ୍ୟା ବୃଦ୍ଧିରେ ଏହାର ଧ୍ୟାନ ପରୋପକାର ଠାରୁ ହଟି ଲାଭ ଉପରେ କେନ୍ଦ୍ରିତ ହୋଇଯିବ । ନୋଏଲ କହିଛନ୍ତି , ମୋ ଚିନ୍ତା ଏହା ଯେ, ଲିଷ୍ଟିଂ , ଯାହାର କିଛି ଲୋକ ପ୍ରସ୍ତାବ କରୁଛନ୍ତି , ଟାଟାର କାର୍ଯ୍ୟଶୈଳୀକୁ ବଦଳାଇ ଦେବ । କୌଣସି ଦିନ ଯଦି ଆମର ୩୦-୪୦ ଶେୟାରଧାରୀ ହୋଇଯିବେ, ତ ପରୋପକାର ଉପରୁ ଲାଭକୁ ପ୍ରାଥମିକତା ମିଳିପାରେ । ମୋତେ ଲାଗୁଛି ଯେ, ଏଥିରୁ ଟାଟର କାର୍ଯ୍ୟ କରିବା ତରିକା ମୌଳିକା ରୂପେ ବଦଳି ଯିବ । ସେ ଆହୁରି କହିଛନ୍ତି , ଟାଟା ଟ୍ରଷ୍ଟ ନିୟାମକ ଓ ଅନ୍ୟ ପକ୍ଷଙ୍କ ସହ ମିଳି ଏକ ଏମିତି ସମାଧାନ ବାହାର କରିବା ଚେଷ୍ଟା କରିବାରେ ରଚନାତ୍ମକ ଭୂମିକା ଗ୍ରହଣ କରିବ ,ଯେଉଁଥିରେ ଟାଟାର କାର୍ଯ୍ୟଶୈଳୀ ସେମିତି ରହିବ , ଯେମିତି ସେ ଅଛି ।
ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ କହିଛନ୍ତି ଯେ ଟାଟାର କାର୍ଯ୍ୟଶୈଳୀ ନିରନ୍ତରତାର ପ୍ରତିନିଧିତ୍ୱ କରେ । ଗ୍ରୁପର ଲୋକପ୍ରିୟ ନେତା ରତନ ଟାଟାଙ୍କ ନିଧନ ପରେ ଟାଟା ଟ୍ରଷ୍ଟର ଦାୟିତ୍ୱ ନେଇଥିବା ନୋଏଲ୍ କହିଛନ୍ତି ଯେ ଏହି ମଡେଲରେ ମାଲିକଙ୍କର ନା କେବେ ମୃତ୍ୟୁ ହୋଇ ପାରିବ, ନା ସେ ଅବସର ନେଇ ପାରିବେ ଏବଂ ନା ହିଁ ତାଙ୍କୁ କିଣାଯାଇ ପାରିବ ।
ନୋଏଲଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶର ସବୁଠାରୁ ବଡ଼ ବ୍ୟବସାୟିକ ଗ୍ରୁପର ଶୀର୍ଷ ସ୍ତରରେ ମତଭେଦ ଖୋଲାଖୋଲି ଭାବରେ ସାମ୍ନାକୁ ଆସିଛି । ନୋଏଲଙ୍କ ନେତୃତ୍ୱାଧୀନ ଟାଟା ଟ୍ରଷ୍ଟ ଲିଷ୍ଟିଂ ବିପକ୍ଷରେ ରହିଛି । ଅନ୍ୟପଟେ, ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନଙ୍କ ନେତୃତ୍ୱାଧୀନ ଟାଟା ସନ୍ସର ପରିଚାଳନା ମଣ୍ଡଳୀର କହିବା କଥା ଯେ ତାଙ୍କୁ ଦେଶର ଆଇନ ପାଳନ କରିବାକୁ ହେବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ନିର୍ଦ୍ଦେଶ ଅନୁଯାୟୀ କମ୍ପାନୀକୁ ତାଲିକାଭୁକ୍ତ କରାଇବାକୁ ପଡ଼ିବ ।
ନୋଏଲ୍ ଟାଟାଙ୍କୁ ମିଳିଲା ନାହିଁ ବୈଠକର ରେକର୍ଡିଂ
ସୂଚନା ଯେ ,ନିକଟରେ ଟାଟା ସନ୍ସ ପକ୍ଷରୁ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ନୋଏଲ୍ ଟାଟାଙ୍କୁ ଗତ ସେପ୍ଟେମ୍ବର ୧୭ ତାରିଖରେ ହୋଇଥିବା ନିର୍ଦ୍ଦେଶକ ମଣ୍ଡଳୀ ବୈଠକର ଅଡିଓ-ଭିଡିଓ ରେକର୍ଡିଂ ଦେବାକୁ ମନା କରି ଦିଆଯାଇଛି । ଏହି ବୈଠକରେ ଏନ୍. ଚନ୍ଦ୍ରଶେଖରନଙ୍କୁ ଟାଟା ଗ୍ରୁପର ହୋଲଡିଂ କମ୍ପାନୀ ଟାଟା ସନ୍ସର ପୁନର୍ବାର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇ ଥିଲା । ନୋଏଲ୍ ଏହି ନିଯୁକ୍ତି ପ୍ରସ୍ତାବ ବିପକ୍ଷରେ ଭୋଟ୍ ଦେଇ ଥିଲେ ଏବଂ ସେ ଏହାର ବିରୋଧ କରିଥିବା ଏକମାତ୍ର ନିର୍ଦ୍ଦେଶକ ଥିଲେ । ବୈଠକ ପରେ ସେ ଟାଟା ସନ୍ସକୁ ଅନେକ ଥର ଚିଠି ଲେଖି ରେକର୍ଡିଂ ମାଗି ଥିଲେ।
source:prameya news


