Tiger Shroff Returns To Work: ଗୁଳିକାଣ୍ଡ ପରେ କାମକୁ ଫେରିଲେ ଟାଇଗର ଶ୍ରଫ୍, ‘ଲଗ୍ ଜା ଗଲେ’ର ସୁଟିଂ ଶେଷ

ମନୋରଞ୍ଜନ

ନୂଆଦିଲ୍ଲୀ, ୧୫/୧୧: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ତାଙ୍କ ଆଗାମୀ ଫିଲ୍ମ ‘ଲଗ୍ ଜା ଗଲେ’ର ସୁଟିଂ ଶେଷ କରିଛନ୍ତି । ପୁଣେରେ ଏହି ଫିଲ୍ମର ସୁଟିଂ ହୋଇଥିବା ବେଳେ ଏଥିରେ ଟାଇଗରଙ୍କ ସହ ଜାହ୍ନବୀ କପୁର ଓ ଲକ୍ଷ୍ୟ ଲାଲୱାନୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଉଲ୍ଲେଖଯୋଗ୍ୟ, ଗତ ମାସରେ ଟାଇଗରଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିଲା । ଏହି ଘଟଣା ପରେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିଲା । ତେବେ ଅକ୍ଟୋବର ୨୦ ତାରିଖରେ ସେ ପୁଣି ଥରେ ଫିଲ୍ମର ସୁଟିଂ ସେଟ୍‌କୁ ଫେରିଥିଲେ । ଗୁଳିକାଣ୍ଡ ଘଟଣା ଯୋଗୁ ଫିଲ୍ମର ସୁଟିଂ କାମ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଟାଇଗର ନିଜେ ଚାହୁଁଥିଲେ । ଫିଲ୍ମର ସୁଟିଂ ସମୟରେ ଟାଇଗରଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏଥିପାଇଁ ନିର୍ମାତାମାନେ ସୁଟିଂ ସ୍ଥାନକୁ ଗୋପନ ରଖିଥିଲେ । ଟିମ୍‌ର କିଛି ନିର୍ଦ୍ଦିଷ୍ଟ ସଦସ୍ୟଙ୍କୁ ଛାଡ଼ି ଅନ୍ୟ କାହାକୁ ଏ ସମ୍ପର୍କରେ ସୂଚନା ଦିଆଯାଇନଥିଲା ।


ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରାଜ ମେହତା । ଏହା ପୂର୍ବରୁ ସେ ‘ଗୁଡ୍ ନ୍ୟୁଜ୍’, ‘ଜୁଗ୍‌ଜୁଗ୍ ଜିଓ’ ଓ ‘ସେଲ୍ଫି’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇ ସାରିଛନ୍ତି । ଆସନ୍ତା ୨୦୨୭ ମେ’ ମାସରେ ‘ଲଗ୍ ଜା ଗଲେ’ ପ୍ରେକ୍ଷାଳୟକୁ ଆସିବ । ଏହା ପୂର୍ବରୁ ଟାଇଗରଙ୍କୁ ଆକ୍ସନ୍ ଥ୍ରିଲର ଫିଲ୍ମ ‘ବାଗି-୪’ରେ ବଡ଼ ପରଦାରେ ଦେଖିବାକୁ ମିଳିଥିଲା ।

source:prameya news


Related News