Indonesia Earthquake : ଇଣ୍ଡୋନେସିଆରେ ପୁଣି ଭୂମିକମ୍ପ ଝଟକା, ୬.୬ ତୀବ୍ରତା ରେକର୍ଡ

ବିଦେଶ

ଭୁବନେଶ୍ଵର, ୧୭/୧୧ : ଇଣ୍ଡୋନେସିଆର ପୁଣି ଭୂମିକମ୍ପ । ତୁଆଲରେ ୬.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ତୁଆଲରୁ ୧୫୧ କିଲୋମିଟର ପଶ୍ଚିମ-ଦକ୍ଷିଣପଶ୍ଚିମରେ ୬.୬ ତୀବ୍ରତାର ଭୂମିକମ୍ପ ଝଟକା ଲାଗିଛି । ଆମେରିକା ଭୂତତ୍ବ ସର୍ବେକ୍ଷଣ ସଂସ୍ଥ ଅନୁଯାୟୀ ଇଣ୍ଡୋନେସିଆ ତୁଆଲଠାରୁ ପ୍ରାୟ ୧୫୧ କିଲୋମିଟରେ ଏହାର କେନ୍ଦ୍ରସ୍ଥଳ ଥିଲା । ସମୁଦ୍ର ଗର୍ଭରେ ୫୦ କିଲୋମିଟର ଗଭୀରତାରେ ଏହା ସୃଷ୍ଟି ହୋଇଛି । ସମୁଦ୍ରରେ ସୃଷ୍ଟି ହୋଇଥିବାରୁ ସ୍ଥଳଭାଗ ଉପରେ ଏହାର ପ୍ରଭାବ ସୀମିତ ରହିଥିଲା । ଭୂକମ୍ପ ପ୍ରଭାବରେ କୌଣସି ଧନ ଜୀବନ ହାନି ନେଇ କୌଣସି ସୂଚନା ମିଳିନି । 

source:prameya news


Related News