ଆଜିଠୁ ହଂକଂ ଓପନ ବ୍ୟାଡ଼ମିଣ୍ଟନ, ଲକ୍ଷ୍ୟ ଓ ଶ୍ରୀକାନ୍ତଙ୍କ ଉପରେ ନଜର
ନୂଆଦିଲ୍ଲୀ, ୧୭/୧୧: ଆଜିଠୁ ହଂକଂ ଓପନ ସୁପର ୫୦୦ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଗତ ଦୁଇ ସପ୍ତାହ ମଧ୍ୟରେ ୨ଟି ଟାଇଟଲ୍ (ହାୟଲୋ ଓପନ, କୁମାମୋଟୋ ମାଷ୍ଟର୍ସ) ଜିତି ସାରିଥିବା ଭାରତର ଲକ୍ଷ୍ୟ ସେନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ହ୍ୟାଟ୍ରିକ ଟାଇଟଲ୍ ସହ ଆଗାମୀ ବିଡବ୍ଲ୍ୟୁଏଫ୍ ବିଶ୍ୱ ଟୁର ଫାଇନାଲ୍ସକୁ ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମାନ୍ୟତା ତାଲିକାରେ ଶ୍ରେଷ୍ଠ-୮ ଜଣ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ଅର୍ଜନ କରିବେ । ଲକ୍ଷ୍ୟ ଏବେ ଷଷ୍ଠ ସ୍ଥାନରେ ରହିଛନ୍ତି ।
ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଲକ୍ଷ୍ୟ ଆୟୋଜକ ଦେଶର ଚିଉକ ୟିଉଙ୍କୁ ସାମ୍ନା କରିବେ । ଅନ୍ୟ ଭାରତୀୟ ଖେଳାଳି କେ. ଶ୍ରୀକାନ୍ତ ଜାପାନର କୋକି ୱତାନବେଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ମହିଳା ସିଙ୍ଗଲ୍ସରେ ଭାରତର ଅସ୍ମିତା ଚଲିହା, ଈଶାରାଣୀ ବରୁଆ, ଉନ୍ନତି ହୁଡ଼ା, ଅନମୋଲ ଖର୍ବ ଓ ଆର୍ଏସ୍ ସନ୍ତୋଷ ରାମରାଜ ଆକ୍ସନକୁ ଓହ୍ଲାଇବେ । ସେହିପରି ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଉଭୟ ପ୍ରଥମ ରାଉଣ୍ଡରେ ଚାଇନିଜ୍ ତାଇପେ’ର ଝେ-ହୁଏଇ ଲି ଓ ପୋ-ସୁଆନ୍ ୟାଙ୍ଗ୍ ଯୋଡ଼ିଙ୍କୁ ଭେଟିବେ ।
source:prameya news


