Nizam's Jewels: ୟୁଗେ ୟୁଗେଁ ସଂଗ୍ରହାଳୟରେ ରହିବ ନିଜାମଙ୍କ ରତ୍ନ, ଦୁନିଆ ଦେଖିବ ୧୮୪.୭୫ କ୍ୟାରେଟ୍‌ର ଜ୍ୟାକବ୍ ହୀରା

ଦେଶ

ନୂ, ୧୮/୧୧: ୟୁଗେ ୟୁଗେଁ ଭାରତ ସଂଗ୍ରହାଳୟର ପ୍ରଥମ ଗ୍ୟାଲେରୀରେ ଶୋଭାପାଇବ ଭାରତୀୟ ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ସାଇତା ହାଇଦ୍ରାବାଦ ନିଜାମଙ୍କ ମୂଲ୍ୟବାନ ରତ୍ନ । ସଂସ୍କୃତି ସଚିବ ବିବେକ ଅଗରୱାଲ ଏହା ସ୍ପଷ୍ଟ କରିଛନ୍ତି । ୧୯୯୫ ମସିହାରେ କେନ୍ଦ୍ର ସରକାର ପ୍ରାୟ ୨୧୭ କୋଟି ବିନିମୟରେ ନିଜାମଙ୍କ ଗହଣା ଟ୍ରଷ୍ଟରୁ ୧୭୩ଟି ସଂଗ୍ରହ କିଣିଥିଲେ । ଏଥିରେ ଶେଷ ନିଜାମ ମିର ଓସମାନ ଅଲି ଖାନ୍‌ଙ୍କର ୧୮୪.୭୫ କ୍ୟାରେଟ୍ ଜ୍ୟାକବ୍ ହୀରା ଅଛି । ଓସମାନ ଏହାକୁ ପେପର୍‌ୱେଟ୍ ଭାବେ ବ୍ୟବହାର କରିଥିବା କୁହାଯାଏ । ସେବେଠୁ ଏହି ରତ୍ନସବୁ ଆର୍‌ବିଆଇ ହେପାଜତରେ ରହିଛି ।

ସମୟ ସମୟରେ ଦିଲ୍ଲୀ ସ୍ଥିତ ଜାତୀୟ ସଂଗ୍ରହାଳୟ ଓ ହାଇଦ୍ରାବାଦ ସ୍ଥିତ ସାଲାର ଜଙ୍ଗ ସଂଗ୍ରହାଳୟରେ ପ୍ରଦର୍ଶିତ ହୁଏ । ନିଜାମଙ୍କ ବଂଶଧର ଓ ହାଇଦ୍ରାବାଦର କିଛି ସମୂହ ସହରରେ ଏହି ରତ୍ନଗୁଡ଼ିକର ସ୍ଥାୟୀ ପ୍ରଦର୍ଶନ ନିମନ୍ତେ ଚାହିଁଥିଲେ । ତେବେ ସଂଗ୍ରହକୁ ହାଇଦ୍ରାବାଦ ନେବା ନିଷ୍ପତ୍ତି ହୋଇନଥିବା ଚଳିତ ବର୍ଷ ଆରମ୍ଭରେ ସରକାର ରାଜ୍ୟସଭାରେ କହିଥିଲେ । ୟୁଗେ ୟୁଗେଁ ଗ୍ୟାଲେରୀରେ ନୃତ୍ୟରତ ହରପ୍ପା କନ୍ୟା, ଜାତୀୟ ସଂଗ୍ରହାଳୟରୁ ତକ୍ଷଶିଳା ଗହଣା, ଲଘୁ ଚିତ୍ରକଳା ଓ ଗାନ୍ଧାର କଳାକୃତି ସ୍ଥାନ ପାଇବ । ଆସନ୍ତା ବର୍ଷ ୨ୟାର୍ଦ୍ଧରେ ନର୍ଥ ବ୍ଲକ୍‌ରେ ପ୍ରଥମ ଗ୍ୟାଲେରୀ ସର୍ବସାଧାରଣଙ୍କ ପାଇଁ ଖୋଲିବାର ଆଶା କରାଯାଉଛି । ସଂଗ୍ରହାଳୟ ନିର୍ମାଣ ଲାଗି କ୍ୟାବିନେଟ୍ ୩,୨୩୦ କୋଟି ଖର୍ଚ୍ଚ ଘୋଷଣା କରିଛି । ୨ୟ ପର୍ଯ୍ୟାୟରେ ୨୦୩୦-୩୧ରେ ସାଉଥ୍ ବ୍ଲକ୍‌ରେ ୨ୟ ଗ୍ୟାଲେରୀ ଉନ୍ମୋଚନ ହେବ ।

source:prameya news


Related News