ରିଲିଜ ପୂର୍ବରୁ ୧୦୦କୋଟି କଲେକ୍ସନ କରିପାରେ ଅଜୟ- ଅକ୍ଷୟଙ୍କ ‘ଗୋଲମାଲ ୫’, ବଡ଼ ବଡ଼ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା

ମନୋରଞ୍ଜନ

ମୁମ୍ବାଇ,୧୭/୧୧ : ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍ସ ନିଜ ୩୫ବର୍ଷରୁ ଅଧିକ ସମୟ ଅଭିନୟ କ୍ୟାରିୟରରେ କେତେକ ଥର ସ୍କ୍ରିନ ସେୟାର କରିଛନ୍ତି । ୨୦୨୭ର ଆରମ୍ଭରେ ଏହି ଦୁଇ ଷ୍ଟାର୍ସ ପୁଣି ଥରେ ବଡ଼ ପରଦାରେ ଏକାସାଥିରେ ନଜର ଆସିବାକୁ ଯାଉଛନ୍ତି । ପ୍ରକାଶ ଯେ, ଅଜୟ ଦେବଗନଙ୍କ ମୁଖ୍ୟ ଭୂମିକା ଥିବା ଫିଲ୍ମ ଗୋଲମାଲ ୫ ନୂଆବର୍ଷର ଆରମ୍ଭରେ ରିଲିଜ ହେବ । ପ୍ରାୟ ଅଜୟ ଏବଂ ଅକ୍ଷୟଙ୍କ ଏହି ଫିଲ୍ମ ନିଜ ଡିଷ୍ଟ୍ରିବ୍ୟୁଶନ ରାଇଟ୍ସକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିଲାଗି ଡିଷ୍ଟ୍ରିବ୍ୟୁଟର୍ସ ୧୦୦କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ହେଉଛନ୍ତି ।

ଗୋଲମାଲ ୫ର ରିଲିଜରେ ଏବେ ଦେଢ ମାସରୁ ଅଧିକ ସମୟ ବାକି ରହିଛି ଏବଂ ଏବେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ହୋଇଯାଇଛି । ଏହାର ‘ଅଲ- ଇଣ୍ଡିଆ’ ଡିଷ୍ଟ୍ରିବ୍ୟୁଶନ ରାଇଟ୍ସକୁ ହାସଲ କରିବା ଲାଗି ବଡ଼ ବଡ଼ ଡିଷ୍ଟ୍ରିବ୍ୟୁଟର ଲାଇନରେ ଲାଗିଛନ୍ତି ।

ସୂଚନା ଅନୁସାରେ, ବଡ଼ ଡିଷ୍ଟ୍ରିବ୍ୟୁଟର ଏହାର ‘ଅଲ୍- ଇଣ୍ଡିଆ’ ଡିଷ୍ଟ୍ରିବ୍ୟୁଶନ ରାଇଟ୍ସ ହାସଲ କରିବା ଲାଗି ୧୦୦କୋଟି ଟଙ୍କା ପର୍ଯ୍ୟନ୍ତ ଡିଲ୍ କରୁଛନ୍ତି । ଏହାର ସବୁଠାରୁ ବଡ଼ କାରଣ ଗୋଲମାଲ୍ ଫ୍ରାଞ୍ଚାଇଜର ଗତ ଫିଲ୍ମ ଶାନଦାର୍ ସଫଳତା ଅଟେ । ପ୍ରକାଶ ଯେ, ଏହି ଫ୍ରାଞ୍ଚାଇଜର ସମସ୍ତ ଫିଲ୍ମ ବକ୍ସ ଅଫିସରେ ବହୁ ସଫଳ ରହିଛି । ପ୍ରକାଶ ଯେ, ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କ ଗୋଲମାଲ ୫ର ଅଲ୍ ଇଣ୍ଡିଆ ଡିଷ୍ଟ୍ରିବ୍ୟୁଶନ ରାଇଟ୍ସ ହାସଲ କରିବା ଲାଗି ଯେଉଁ ବଡ଼ ଡିଷ୍ଟ୍ରିବ୍ୟୁଟର ଲାଇନରେ ଅଛନ୍ତି ସେମାନଙ୍କ ମଧ୍ୟରେ ‘ବିଡ଼ଲା ଷ୍ଟୁଡିୟୋଜ’, ଜିୟୋ ଷ୍ଟୁଡିୟୋଜ, ପେନ ମାରୁଧର, ପ୍ୟାନୋରମା ଷ୍ଟୁଡିୟୋଜ ଏବଂ PVR INOX ପିକ୍ଚର୍ସ ଆଦି ସାମିଲ ରହିଛି ।

source:prameya news


Related News