IND VS NZ 1st Test: ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ବୋଲିଂ ପ୍ଲାନ୍ କ'ଣ ? ଟମ୍ ଲାଥମ କହିଲେ ରଣନୀତି

ଖେଳ

ନୂଆଦିଲ୍ଲୀ,୧୮/୧୧; ଦିନିକିଆ ପରେ ଟେଷ୍ଟ ସିରିଜ୍ ଲୋଡିଂ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲିଠାରୁ (ଗୁରୁବାର) ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ରଣନୀତି କଣ ରହିବ ? ନ୍ୟୁଜିଲାଣ୍ଡ କ୍ୟାପ୍ଟେନ୍ ଟମ୍ ଲାଥମ ରଣନୀତି ସ୍ପଷ୍ଟ କରିଛନ୍ତି । ଭାରତ ବିପକ୍ଷରେ ୩ ପେସର ଏବଂ ଜଣ ବୋଲିଂ ଅଲରାଉଣ୍ଡରଙ୍କୁ ନେଇ ଖେଳିବ ନ୍ୟୁଜିଲାଣ୍ଡ ।

ଟେଷ୍ଟ ସିରିଜରୁ ଓହରିଲେ ଆହତ ସାଣ୍ଟନର- ନ୍ୟୁଜିଲାଣ୍ଡ ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ମିଚେଲ ସାଣ୍ଟନର ଆହତ ହୋଇ ଭାରତ ବିପକ୍ଷ ଆଗାମୀ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି । ରବିବାର ଅନୁଷ୍ଠିତ ଭାରତ ବିପକ୍ଷ ପଞ୍ଚମ ଦିନିକିଆରେ ସେ ଆହତ ହୋଇଥିଲେ । ଉକ୍ତ ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ଅର୍ଶଦୀପ ସିଂହଙ୍କ ଏକବାଉନ୍ସର ତାଙ୍କ ଡାହାଣ ହାତରେ ବାଜିଥିଲା । ଆଘାତ ସ୍ଥାନର ହାଡ଼ ଭାଙ୍ଗିଥିବା ଏକ୍ସରେରିପୋର୍ଟରୁ ସ୍ପଷ୍ଟ ହୋଇଛି । ତାଙ୍କ ସ୍ଥାନରେ ସ୍ପିନ ବୋଲିଂ ଅଲରାଉଣ୍ଡର ଡିନ ଫକ୍ସକ୍ରଫ୍ଟଙ୍କୁ ଦଳରେ ସ୍ଥାନ ମିଳିଛି । ୧୯ ତାରିଖରୁ ୱେଲିଂଟନ ସ୍ଥିତ ବେସିନ ରିଜର୍ଭ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବା ନିଶ୍ଚିତ । ଯାହା ଫଳରେ ନ୍ୟୁଜିଲାଣ୍ଡ ୪ଜଣ ପେସ୍ ବୋଲରଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ।

ପରିବର୍ତ୍ତିତ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳ: ଟମ ଲାଥମ (ଅଧିନାୟକ), ଟମବ୍ଲଣ୍ଡେଲ, ଡେଭନ କନୱେ, ହେନରୀ ନିକୋଲ୍ସ, ୱିଲ ୟଙ୍ଗ, ଡିନ୍ ଫକ୍ସକ୍ରଫ୍ଟ,ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ରଚିନ ରବିନ୍ଦ୍ର, ଜାକବ ଡଫି, ମାଟ୍ ହେନରୀ,କେଲି ଜାମିସନ, ନାଥାନ ସ୍ମିଥ, ବ୍ଲେୟାର ଟିକନର ।

source:prameya news


Related News