Odisha Cyclone Alert / ଦିଗ ବଦଳାଇଲା ବାତ୍ୟା ଅକଭାନ…ଗୋପାଳପୁରରେ କରିପାରେ ଲ୍ୟାଣ୍ଡଫଲ୍

ବିଶେଷ

ଦିଗ ବଦଳାଇଲା ବାତ୍ୟା ଅକଭାନ। ଗୋପାଳପୁରରେ କରିପାରେ ଲ୍ୟାଣ୍ଡଫଲ୍। IMD ଜାରି କରିଥିବା ବାତ୍ୟାର ନୂଆ ଗତିପଥ ଅନୁସାରେ ବାତ୍ୟା ଅକ୍ବାନ ଗଲା ଘଣ୍ଟା ପ୍ରତି ୧୨ କିମି ବେଗରେ ଉପକୂଳ ମୁହାଁ ହେଉଛି। ବର୍ତ୍ତମାନ ଏହା ଓଡ଼ିଶା ମୁହାଁ ହୋଇଥିବା ବେଳେ ସଦ୍ୟତମ ପର୍ଯ୍ୟବେକ୍ଷଣ ଅନୁଯାୟୀ ଏହା କଳିଙ୍ଗପାଟନମ ଠାରୁ ୪୪୦କିମି, ଗୋପାଳପୁର ଠାରୁ ୫୩୦ କିମି ଏବଂ ପୁରୀ ଠାରୁ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ସ୍ଥଳ ଭାଗ ଛୁଇଁବ ବାତ୍ୟା। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟର ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି।

ବଦଳୁଛି ବାତ୍ୟାର ଦିଗ, imd ର ସୂଚନା ଅନୁଯାୟୀ ଗଞ୍ଜାମ୍ ଗୋପଳପୁର୍ ଦେଇ ସ୍ଥଳ ଭାଗ ଛୁଇଁବ ବାତ୍ୟା ଅକଭାନ, ୨୦ ତାରିଖ ସକାଳ ୬ଟାରେ ଛୁଇଁବ ସ୍ଥଳ ଭାଗ, ସେଇ ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫କିମି ରହିବ। ଏହାର ପ୍ରଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତ୍ସିଂହପୁର, ଖୋର୍ଦ୍ଧା, ଭୁବନେଶ୍ବର, ପୁରୀ, କଟକ, ନୟାଗଡ଼, ଗଞ୍ଜାମ୍, ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ବାତ୍ୟା ଅକଭାନକୁ ନେଇ ସଜାଗ ହୋଇଛି ପୁରୀ ଜିଲ୍ଲା ପ୍ରଶାସନ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ସମୁଦ୍ର କୂଳରେ ଲାଗିଛି ନାଲି ପତାକା। ସମସ୍ତ ସେକ୍ଟରରେ ରେଡ୍ ଫ୍ଲାଗ୍ ଲଗାଇବା ସହ ସମୁଦ୍ର ସ୍ନାନ ଉପରେ ଲଗାଯାଇଛି କଟକଣା। ଏପରିକି ସମୁଦ୍ର କୂଳରେ ବୁଲାବୁଲି ଉପରେ ମଧ୍ୟ ରୋକ୍ ଲଗାଯାଇଛି। ପର୍ଯ୍ୟଟକଙ୍କୁ ସଚେତନ କରିବା ସହ ଉଠା ଦୋକାନୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଦୋକାନ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି ପ୍ରଶାସନ।

ବାତ୍ୟା ଅକଓ୍ବାନକୁ ନେଇ ବଢ଼ିଛି ପୁରୀ ପ୍ରଶାସନର ତତ୍ପରତା। ସମୁଦ୍ରରେ ଅଶାନ୍ତି ଏବଂ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିଆଯାଇଛି ସତର୍କତାମୂଳକ ପଦକ୍ଷେପ। ପୁରୀ ସମୁଦ୍ର କୂଳର ସମସ୍ତ ସେକ୍ଟରରେ ଲଗାଯାଇଛି ନାଲି ପତାକା। ଏହାଦ୍ୱାରା ସମୁଦ୍ରରେ ସ୍ନାନ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେବଳ ସମୁଦ୍ର ସ୍ନାନ ନୁହେଁ, ସମୁଦ୍ର କୂଳରେ ବୁଲାବୁଲି ଉପରେ ମଧ୍ୟ କଟକଣା ଲଗାଇଛି ପ୍ରଶାସନ। ସମୁଦ୍ର କୂଳରେ ବୁଲୁଥିବା ପର୍ଯ୍ୟଟକଙ୍କୁ ଏନଡିଆରଏଫ୍ ଟିମ୍ ଏବଂ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ବିପଦକୁ ହାଲୁକା ଭାବେ ନନେଇ ସମୁଦ୍ର କୂଳରୁ ଦୂରେଇ ରହିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଉଛି।

source:argus news


Related News