Avengers movie India: ଭାରତରେ ରେକର୍ଡ ଭାଙ୍ଗିଲା ଆଭେଞ୍ଜର୍ସ, ଗୋଟିଏ ଟିକଟର ଦାମ୍ ୪ ହଜାରରୁ ଅଧିକ

ମନୋରଞ୍ଜନ

ମୁମ୍ବାଇ, ୧୯/୧୧: ମୁମ୍ବାଇରେ ମାର୍ଭଲର ଫିଲ୍ମ ‘ଆଭେଞ୍ଜର୍ସ: ଡୁମ୍ସଡେ’ର ଟିକଟ ମୂଲ୍ୟ ଆକାଶଛୁଆଁ । ନଭି ମୁମ୍ବାଇର ନେରୁଲ ସ୍ଥିତ ସିନେପୋଲିସ ନେକ୍ସସ ସିଉଡ୍ସ ମଲ୍ଟିପ୍ଲେକ୍ସରେ ୪ଡିଏକ୍ସ ୩ଡି ଫର୍ମାଟର ପ୍ରଥମ ଶୋ (୧୭ ଡିସେମ୍ବର ରାତି ୧୨.୧ ଶୋ) ର ଗୋଟିଏ ଟିକଟ ମୂଲ୍ୟ ୪,୨୦୦ ଟଙ୍କା (ବୁକିଂ ଖର୍ଚ୍ଚ ମିଶାଇ ପ୍ରାୟ ୪,୩୦୦) ହୋଇଛି । ଭାରତରେ ଅଦ୍ୟାବଧି ବିକ୍ରି ହୋଇଥିବା ଅନ୍ୟତମ ସବୁଠୁ ମହଙ୍ଗା ଫିଲ୍ମ ଟିକଟ ।

‘ଦ ଓଡିସି’ (୩,୩୦୦), ‘ଓପେନ୍‌ହାଇମର’ (୩,୨୫୦) ଓ ‘ଧୁରନ୍ଧର-୨’ (୩,୨୦୦) ଭଳି ଫିଲ୍ମର ଟିକଟ ମୂଲ୍ୟ ରେକର୍ଡକୁ ଏହା ପଛରେ ପକାଇଛି । ତେବେ ଏହା ପ୍ରିମିୟମ୍ ସ୍କ୍ରିନିଂର ଟିକଟ ମୂଲ୍ୟ, ଫିଲ୍ମର ନିୟମିତ ଟିକଟ ମୂଲ୍ୟ ନୁହେଁ । ସିନେମା, ସିଟ୍ ବଣ୍ଟନ ଓ ସିନେମା ଦେଖିବା ଫର୍ମାଟ୍ ଆଧାରରେ ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଅନେକ ସିନେମାରେ ବୁକିଂ ଆରମ୍ଭ ହୋଇନଥିବା ସତ୍ତେ୍ୱ ‘ଆଭେଞ୍ଜର୍ସ: ଡୁମ୍ସଡେ’ ଭାରତରେ ମୋଟ୍ ୭୦ ହଜାର ଟିକଟ ବିକ୍ରି କରିଥିଲା । ୧୯ ଘଣ୍ଟା ମଧ୍ୟରେ ପିଭିଆର୍ ଆଇନକ୍ସ ଓ ସିନେପୋଲିସ ଶୃଙ୍ଖଳାରେ ପ୍ରାୟ ୧ ଲକ୍ଷ ଟିକଟ ବିକ୍ରି ହୋଇଥିବା ବୁକିଂ ତଥ୍ୟରୁ ଜଣାପଡ଼ିଥିଲା । ଆନ୍ଥୋନି ଓ ଜୋ ରୁଷୋଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆମେରିକା ଥିଏଟରରେ ରିଲିଜ୍ର ଦିନକ ପୂର୍ବରୁ ଆସନ୍ତା ଡିସେମ୍ବର ୧୭ରେ ଭାରତରେ ମୁକ୍ତିଲାଭ କରିବ ।

source:prameya news


Related News