Panchayat Season 5: ଘୋଷଣା ହେଲା ‘ପଞ୍ଚାୟତ-୫’ର ରିଲିଜ୍ ଡେଟ୍, ନୂଆ କାହାଣୀରେ ପୁଣି ଫୁଲେରା ଗାଁ ଓ ସଚିବଜୀଙ୍କୁ ଦେଖିବେ ଦର୍ଶକ
ନୂଆଦିଲ୍ଲୀ, ୧୯/୧୧: ‘ପଞ୍ଚାୟତ’ ସିଜନ୍-୫ର ରିଲିଜ୍ ତାରିଖ ଘୋଷଣା କରିଛି ପ୍ରାଇମ୍ ଭିଡିଓ । ଆସନ୍ତା ଡିସେମ୍ବର ୩ରୁ ଏହା ପ୍ରାଇମ୍ ଭିଡିଓରେ ପ୍ରସାରିତ ହେବ । ଏଥିସହିତ ଏହା ୫ ସିଜନ୍ ପୂରା କରିଥିବା ଭାରତର ୨ୟ ୱେବ୍ ସିରିଜ୍ ହେବ । ଟିଭିଏଫ୍ର ୱେବ୍ ସିରିଜ୍ ‘ଗୁଲ୍ଲକ’ ଓଟିଟିରେ ୫ ସିଜନ୍ ପୂରା କରିଥିବା ଭାରତର ପ୍ରଥମ ସିରିଜ୍ । ଏହି ପାରିବାରିକ କମେଡି-ଡ୍ରାମା ସୋନି ଲିଭ୍ରେ ପ୍ରସାରିତ ହେଉଛି, ଯାହାର ପ୍ରଥମ ସିଜନ୍ ୨୦୧୯ରେ ରିଲିଜ୍ ହୋଇଥିଲା ।
‘ପଞ୍ଚାୟତ’ର ନୂଆ ସିଜନ୍, ନୂଆ କାହାଣୀରେ ଦର୍ଶକ ପୁଣି ଫୁଲେରା ଗାଁ ଓ ସଚିବଜୀଙ୍କୁ ଦେଖିବେ । ଏଥିରେ ଗାଁ ରାଜନୀତି, ପରିବର୍ତ୍ତିତ ସମ୍ପର୍କ ଓ ହାସ୍ୟରସ ଦେଖିବାକୁ ମିଳିବ । ସଚିବ ଓ ନୂଆ ପ୍ରଧାନଙ୍କ ମଧ୍ୟରେ ବିବାଦ ବି ହେବ । ଭୂଷଣର ପତ୍ନୀ ମଞ୍ଜୁଦେବୀ ଫୁଲେରାର ନୂଆ ପ୍ରଧାନ ହୋଇଛନ୍ତି । ଏ ଥର ସେ କ’ଣ କରିବେ, ତାକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ । ସିରିଜ୍ରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ସୁନୀତା ରାଜଭର, ଫୈଜଲ ମଲିକ, ଚନ୍ଦନ ରୟ, ଦୁର୍ଗେଶ କୁମାର ଓ ଅଶୋକ ପାଠକ ଅଛନ୍ତି । ଶୋ’ର ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର ମିଶ୍ରା । ‘ପଞ୍ଚାୟତ’ର ସିଜନ୍-୧ ଏପ୍ରିଲ ୩, ୨୦୨୦ରେ ପ୍ରାଇମ୍ ଭିଡିଓରେ ଆସିଥିଲା । ୨୦୨୨ରେ ସିଜନ୍-୨, ୨୦୨୪ରେ ସିଜନ୍- ୩ ଏବଂ ୨୦୨୫ରେ ସିଜନ୍-୪ ମୁକ୍ତିଲାଭ କରିଥିଲା ।
source:prameya news


