Doppler Radar: ରାଜ୍ୟରେ ବଢ଼ିବ ପାଣିପାଗ ଆକଳନର ସଠିକତା, ଖୁବ୍‌ଶୀଘ୍ର ଆଉ ୩ ଡପଲର୍‌ ୱେଦର ରାଡାର ହେବ ସ୍ଥାପନ

ରାଜ୍ୟ

ଭୁବନେଶ୍ୱର ୨୦/୧୧: ବର୍ତ୍ତମାନ ରାଜ୍ୟରେ ୩ଟି ଡପଲର୍ ୱେଦର ରାଡାର (ଡିଡବ୍ଲ୍ୟୁଆର୍) କାର୍ଯ୍ୟକ୍ଷମ ଅଛି । ରାଜ୍ୟରେ ପାଣିପାଗ ପର୍ଯ୍ୟବେକ୍ଷଣ ନେଟ୍ୱାର୍କକୁ ଅଧିକ ସୁଦୃଢ଼ କରିବା ଓ ପାଣିପାଗ ନିରୀକ୍ଷଣ ଓ ପୂର୍ବାନୁମାନ କ୍ଷମତାରେ ଉନ୍ନତି ଆଣିବା ପାଇଁ ଆଉ ୩ଟି ଅତିରିକ୍ତ ଡପଲର୍ ୱେଦର ରାଡାର ସ୍ଥାପନ କରିବାକୁ ବିଚାର କରାଯାଇଛି । ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏପରି ଉତ୍ତର ରଖିଛନ୍ତି ।

ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି, ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବର୍ଷାର ସଠିକତା ପ୍ରତିଶତକୁ ମଧ୍ୟ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ବିଗତ ବର୍ଷମାନଙ୍କରେ ପାଣିପାଗ ବିଭାଗ ପୂର୍ବାନୁମାନର ସଠିକତା ଓ ବିଶ୍ୱସନୀୟତାରେ ନିରନ୍ତର ଉନ୍ନତି ଘଟିଛି । ବାଲେଶ୍ୱରରେ ଡପଲ୍ ୱେଦର ସ୍ଥାପନ କାର୍ଯ୍ୟ ଶେଷ ହୋଇଛି । ବର୍ତ୍ତମାନ ଏହାର ପ୍ରାଥମିକ ପରୀକ୍ଷଣ ଓ କାର୍ଯ୍ୟକ୍ଷମ କରିବା ସଂପର୍କିତ ପ୍ରକ୍ରିୟା ଚାଲୁ ରହିଛି । ଆବଶ୍ୟକୀୟ ପରୀକ୍ଷଣ ଓ କମିଶନଂ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି । ଏହି ରାଡାର ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।

ଭାରତୀୟ ପାଣିପାଗ ବିଭାଗ ପାଣିପାଗ ନିରୀକ୍ଷଣ ଓ ପୂର୍ବାନୁମାନ ପାଇଁ ସାଟେଲାଇଟ୍, ଭୂପୃଷ୍ଠ ପର୍ଯ୍ୟବେକ୍ଷଣଗାର, ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର, ଉପରିସ୍ଥ ବାୟୁମଣ୍ଡଳ ପର୍ଯ୍ୟବେକ୍ଷଣ, ସମୁଦ୍ର ଆଧାରିତ ପର୍ଯ୍ୟବେକ୍ଷଣ ଓ ଡପଲ୍ ୱେଦର ରାଡାର ସମେତ ବିଭିନ୍ନ ପାଣିପାଗ ପର୍ଯ୍ୟବେକ୍ଷଣ ବ୍ୟବସ୍ଥାର ଏକ ବ୍ୟାପକ ନେଟ୍ୱାର୍କ ବ୍ୟବହାର କରିଥାଏ । ଡପଲର ୱେଦର ରାଡାର ହେଉଛି ଅନ୍ୟତମ ପର୍ଯ୍ୟବେକ୍ଷଣ ଉପକରଣ ଓ ଏହା ପୂର୍ବାନୁମାନ ପାଇଁ ଅତିରିକ୍ତ ତଥ୍ୟ ପ୍ରଦାନ କରିଥାଏ ।

source:prameya news


Related News