Matribhumi : ମାତୃଭୂମିକୁ ସିବିଏଫ୍‌ସିର ମଞ୍ଜୁରି, ଡିସେମ୍ଵର ୪ରେ ରିଲିଜ୍

ମନୋରଞ୍ଜନ

ମୁମ୍ଵାଇ, ୨୦/୧୧ : ଦୀର୍ଘ ସମୟ ଧରି ଅଟକି ରହିଥିବା ସଲମାନ ଖାନ୍‌ଙ୍କ ଫିଲ୍ମ ‘ମାତୃଭୂମି: ମେ ୱାର୍‌ ରେଷ୍ଟ ଇନ୍‌ ପିସ୍‌’କୁ ମଞ୍ଜୁରି ଦେଇଛି ସିବିଏଫ୍‌ସି । ଫିଲ୍ମକୁ ୟୁଏ ୧୬ ପ୍ଲସ୍‌ ରେଟିଂ ମିଳିଛି । ସିବିଏଫ୍‌ସିର ମୁମ୍ବାଇ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରମାଣପତ୍ର ଜାରି କରିଛି । ଆସନ୍ତା ଡିସେମ୍ବର ୪ରେ ଫିଲ୍ମ ରିଲିଜ୍‌ ହେବ । 

ସଲ୍ଲୁଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଚିତ୍ରାଙ୍ଗଦା ସିଂହ । ନିର୍ଦ୍ଦେଶନା ଦେଇଛନ୍ତି ଅପୂର୍ବ ଲଖିୟା । ଦେଶର ସୁରକ୍ଷା ଓ ପରିବାର ଦାୟିତ୍ୱ ମଧ୍ୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ସୈନ୍ୟଙ୍କ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ସଲମାନ ଜଣେ ସେନାଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । 

ଏହା କୌଣସି ସୈନ୍ୟଙ୍କ ବାୟୋପିକ୍‌ ନୁହେଁ ବୋଲି ଫିଲ୍ମର ଟ୍ରେଲର୍‌ ଲଞ୍ଚ ସମୟରେ ସଲମାନ ସ୍ପଷ୍ଟ କରିଥିଲେ । ଯୁଦ୍ଧ ସମୟରେ ସୈନ୍ୟ ଓ ସେମାନଙ୍କ ପରିବାରର ଜଟିଳତାକୁ ଫିଲ୍ମ ଦର୍ଶାଇଛି ବୋଲି ସେ ସ୍ପଷ୍ଟ କରିଥିଲେ । ‘ମାତୃଭୂମି’ର ସମୟସୀମା ୨.୩୪ ଘଣ୍ଟା । ହିନ୍ଦୀ ଭାଷାରେ ଏହା ମୁକ୍ତିଲାଭ କରିବ । ପୂର୍ବରୁ ଫିଲ୍ମର ଟାଇଟଲ ଥିଲା ‘ବ୍ୟାଟଲ ଅଫ୍‌ ଗଲୱାନ’ । 

source:prameya news


Related News