K3G Raichand House / ହ୍ରିତିକ ରୋଶନଙ୍କ 'କଭି ଖୁସି କଭି ଗମ୍'କୁ ୨୫ବର୍ଷ; ଫ୍ୟାନ୍ସଙ୍କ ଲାଗି ଖୋଲିଲା ରାୟଚନ୍ଦ ହାଉସ୍

ମନୋରଞ୍ଜନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ କରନ ଜୋହରଙ୍କ ଫିଲ୍ମ 'କଭି ଖୁସି କଭି ଗମ୍'କୁ ୨୫ ବର୍ଷ ପୂରିଛି । ଏହି ଚଳଚ୍ଚିତ୍ରରେ ବଲିଉଡ୍ କିଙ୍ଗ ଶାହରୁଖ ଖାନ, ହ୍ରିତିକ ରୋଶନ, କରୀନା କପୁର ଖାନ, ଅମିତାଭ ବଚ୍ଚନ, ଜୟା ବଚ୍ଚନ, କାଜୋଲ ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମଟି ୨୦୦୧ ଡିସେମ୍ବର ୧୪ ତାରିଖରେ ବଡ଼ ପରଦାକୁ ଆସିଥିଲା । ଏବେ ଫିଲ୍ମକୁ ୨୫ବର୍ଷ ପୂରିଥିବାବେଳେ ଅଭିନେତା ହ୍ରିତିକ ଏକ ଭିଡିଓ ସେୟାର କରିଛନ୍ତି । ଏହି ଫିଲ୍ମକୁ ସ୍ମରଣୀୟ କରିବା ଲାଗି ସେ ଆଇକନିକ୍ ରାୟଚନ୍ଦ ହାଉସ୍‌ ଫ୍ୟାନ୍ସ ଲାଗି ଖୋଲିଛି ।

ଏୟାରବିଏନବି (ଏକ ବିଶ୍ଵସ୍ତରୀୟ ଅନଲାଇନ ମାର୍କେଟପ୍ଲେସ୍‍ ଯାହାକି ସମ୍ପତ୍ତିର ମାଲିକଙ୍କୁ ସେହି ଲୋକଙ୍କ ସହ ଯୋଡ଼ିଥାଏ, ଯେଉଁମାନେ କମ ସମୟ ଲାଗି ରହିବାକୁ ଜାଗା ଖୋଜୁଥାନ୍ତି) ଫିଲ୍ମରେ ଦର୍ଶାଯାଇଥିବା ରାୟଚନ୍ଦ ହାଉସ୍‌କୁ ଏପରି ଏକ ସ୍ଥାନରେ ପରିଣତ କରୁଛି, ଯେଉଁଠି ଲୋକେ ରହିପାରିବେ । ଏ ସମ୍ପର୍କରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଓ ହ୍ରିତିକ ରୋଶନ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ଏହି ଭିଡିଓକୁ ହ୍ରିତିକ ରୋଶନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରିଛନ୍ତି ।

  • ଭିଡିଓରେ କଣ କହିଲେ ହ୍ରିତିକ୍ ?

ହ୍ରିତିକ୍ ରୋଶନ ଦ୍ଵାରା ଜାରି କରାଯାଇଥିବା ଭିଡିଓରେ କରୀନା କପୁର ଖାନ ନିଜର ଆଇକନିକ୍ 'ପୁ' କ୍ୟାରେକ୍ଟରରେ ନଜର ଆସିଛନ୍ତି । ସେହିପରି ହ୍ରିତିକ୍ ଲେଦର ଜ୍ୟାକେଟ୍‌ ଓ ଜୋତା ପିନ୍ଧିଛନ୍ତି । ଏହାସହିତ ସେ 'ରୋହନ ରାୟଚନ୍ଦ ବା ଲଡ୍ଡୁ' ଭୂମିକାରେ ନଜର ଆସିଛନ୍ତି । ଆକ୍ଟର ନିଜର ଦମଦାର ଲୁକ୍ ସହିତ ଫ୍ଯାନ୍ସଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଭିଡିଓରେ କରୀନା କପୁର ଖାନ୍ ନିଜର ଆଇକନିକ୍ ଡାଏଲଗ୍ 'ହାଓ ଡେୟାର ୟୁ' ଏବଂ 'ହୁ ଆର୍ ଦେ' କହୁଥିବା ନଜର ଆସିଛନ୍ତି । ସେହିପରି ହ୍ରିତିକ ମଜାଳିଆ ଢଙ୍ଗରେ '୧୦' କହୁଛନ୍ତି ।

  • ଆସୁଛି ଉଭୟଙ୍କ ବଡ଼ ପ୍ରୋଜେକ୍ଟ

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ନିକଟରେ ରିଲିଜ ହେବାକୁ ଥିବା ଫିଲ୍ମ 'ଦାୟରା'ରେ ନଜର ଆସିବେ । ଏହି ଫିଲ୍ମରେ ଅଭିନେତ୍ରୀଙ୍କ ସହିତ ସାଉଥ୍ ସିନେମା ସୁପରଷ୍ଟାର ପୃଥ୍ଵୀରାଜ ସୁକୁମାରନ ଅଭିନୟ କରିଛନ୍ତି । ସେପଟେ ଅଭିନେତା ହ୍ରିତିକ ରୋଶନ ମଧ୍ୟ ନିଜ ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ର ଆଗାମୀ ଫିଲ୍ମ 'କ୍ରିସ୍ ୪'ରେ ନଜର ଆସିବେ । ଏହି ଫିଲ୍ମ ଲାଗି ଦର୍ଶକ ବହୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ମାତ୍ର ଏହି ଫିଲ୍ମଟି କେବେ ପ୍ରେକ୍ଷାଳୟକୁ ଆସିବ, ସେନେଇ ସଠିକ୍ ତାରିଖ ଜଣାପଡ଼ିନାହିଁ ।
 

source:argus news


Related News