Teacher Retirement: ୨ ବର୍ଷରେ ଅବସର ନେବେ ୧୭ ହଜାର ପ୍ରାଥମିକ ଶିକ୍ଷକ, ଚଳିତବର୍ଷ ୬ ହଜାର ୧୫୯ ପ୍ରାଥମିକ ଶିକ୍ଷକଙ୍କ ଅବସର

ରାଜ୍ୟ

ଭୁବନେଶ୍ୱର,୨୧/୧୧: ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟରୁ ୧୭ ହଜାର ୧୨୩ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିବେ । ଚଳିତବର୍ଷ ନିତ୍ୟାନନ୍ଦ ଗଣ୍ଡ ଏପରି ଉତ୍ତର ରଖିଛନ୍ତି । କେବଳ ୬ ହଜାର ୧୫୯ଜଣ ଶିକ୍ଷକ ଅବସର ଗ୍ରହଣ କରିବେ । ବିଧାୟକ ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଦର୍ଶାଇଛନ୍ତି ଯେ, ୨୦୨୬ ମସିହାରେ ୬ ହଜାର ୧୫୯ଜଣ ଅବସର ଗ୍ରହଣ କରିବେ ।

ସେହିପରି ଆସନ୍ତା ବର୍ଷ ଅର୍ଥାତ୍ ୨୦୨୭ ମସିହାରେ ୫ ହଜାର ୫୮୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିବେ । ସେହିପରି ୨୦୨୮ ମସିହାରେ ଆଉ ୫ ହଜାର ୩୮୨ଜଣ ଶିକ୍ଷକ ଅବସର ନେବେ । ତେବେ ଖାଲି ହେବାକୁ ଥିବା ଶିକ୍ଷକ ପଦବି ପର୍ଯ୍ୟାୟକ୍ରମେ ନିଯୁକ୍ତି ଓ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ । ଏନେଇ ପ୍ରକ୍ରିୟା ଚାଲୁ ରହିଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

source:prameya news


Related News