IND VS NZ 1st Test: ୱେଲିଂଟନର୍ କେଏଲ୍ ରାହୁଲଙ୍କ 'ବିରାଟ' କାରନାମ, ଶତକ ମାରି ରଚିଲେ ଇତିହାସ
ନୂଆଦିଲ୍ଲୀ,୨୧/୧୧; କ୍ଲାସି କେଏଲ୍ ରାହୁଲ । ଯେଉଁ ନମ୍ବରରେ ଯେତେବେଳେ ବି ମୈଦାନକୁ ଓହ୍ଲାନ୍ତି ଦକ୍ଷତାର ପ୍ରମାଣ ଦେଇଛନ୍ତି । ଟିମ୍ ଇଣ୍ଡିଆ ପାଇଁ ସବୁବେଳେ ସଫଳ ସାବ୍ୟସ୍ତ ହୋଇଛନ୍ତି ଟିମ୍ ଇଣ୍ଡିଆ ୱିକେଟ୍ କିପର ବ୍ୟାଟର କେଏଲ୍ ରାହୁଲ । ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ସିରିଜରେ ଶତକ ହାସଲ କରିଛନ୍ତି ଭାଇସ୍ କ୍ୟାପ୍ଟେନ୍ ରାହୁଲ । ଏହା ତାଙ୍କର ୧୩ତମ ଟେଷ୍ଟ ଶତକ । ଟେଷ୍ଟ ସିରିଜର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ମାଟିରେ ଶତକ ହାସଲ କରି ଇତିହାସ ରଚିଛନ୍ତି ରାହୁଲ । ଯାହା କେହି ପରିନଥିଲେ ସେ କରି ଦେଖାଇଛନ୍ତି । ଏହି ଶତକୀୟ ସଫଳତା ସହିତ ସଚିନ୍ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ କ୍ଲବରେ ସାମିଲ ହୋଇଛନ୍ତି । ରିପୋର୍ଟ ଲେଖାଯିବ ସୁଦ୍ଧା ଭାରତ ସିରିଜରେ ୮ ରନ୍ ଆଗୁଆ ରହିଛି । ବର୍ତ୍ତମାନ କ୍ରିଜରେ କ୍ୟାପ୍ଟେନ୍ ଓ ଭାଇସ୍ କ୍ୟାପ୍ଟେନ୍ ଉପସ୍ଥିତ ହୋଇଛନ୍ତି । ଦେବଦତ୍ତ ପାଡିକଲ ୮୦ ରନ୍ କରି ଆଉଟ୍ ହେବା ପରେ ମୈଦାନକୁ ଓହ୍ଲାଇଥିଲେ ଅଧିନାୟକ ଶୁଭମନ ଗିଲ୍ । ଦେବଦତ୍ତ ପାଡିକଲଙ୍କ ସହ ରାହୁଲଙ୍କ ୧୫୦ ରନ୍ର ଭାଗୀଦାରି ହୋଇଛି । ଶୁଭମନ ଗିଲ୍ ୫୭ ରନ୍ର ଇନିଂସ ଖେଳି କ୍ରିଜରେ ଅଛନ୍ତି । ରିପୋର୍ଟ ଲେଖାଯିବା ସୁଦ୍ଧା ଭାରତ ୨ଟି ୱିକେଟ୍ ହରାଇ ୩୭୮ ରନ୍ କରିଛି ।
.କେଏଲ ରାହୁଲ ସମସ୍ତ ଏସୀୟ ଦେଶରେ ଶତକ ହାସଲ କରିବାରେ ୮ମ ଏସୀୟ ଏବଂ ୫ମ ଭାରତୀୟ ହୋଇଛନ୍ତି । ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ବିରାଟ କୋହଲିଙ୍କ ନାମ ରହିଛି ।
.କେଏଲ ରାହୁଲ ଏପର୍ଯ୍ୟନ୍ତ ଇଂଲଣ୍ଡରେ ୪ଟି, ଦକ୍ଷିଣ ଆଫ୍ରିକାରେ ୨ଟି ଏବଂ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି ।
.ଏହା କେଏଲ ରାହୁଲଙ୍କ ୧୩ତମ ଟେଷ୍ଟ ଶତକ, ଯାହା ମଧ୍ୟରୁ ୧୦ଟି ଦେଶ ବାହାରେ ଏବଂ କେବଳ ୩ଟି ଭାରତ ମାଟିରେ ଆସିଛି ।
source:prameya news


