Cold Wave Alert: ରାଜ୍ୟରେ ଆଗକୁ ବଢ଼ିବ ଜାଡ଼, ୪ ଦିନରେ ୬ ଡିଗ୍ରୀ ଖସିପାରେ ପାରଦ, ୩ ଜିଲ୍ଲାକୁ କୁହୁଡ଼ି ଆଲର୍ଟ

ବିଶେଷ

ଭୁବନେଶ୍ୱର,୨୩/୧୧: ଏ ବର୍ଷ ହାଉଲେ ହାଉଲେ ଆସୁଛି  ଶୀତ । କାର୍ତ୍ତିକ ପୂର୍ଣ୍ଣିମା ହେଲାଣି କିନ୍ତୁ ଅତ୍ୟଧିକ ଶୀତ ଅନୁଭୂତ  ହେଉନି । ତେବେ ଆସନ୍ତା ୪ ଦିନ ଭିତରେ ରାତି ତାପମାତ୍ରା ୪ରୁ  ୬ ଡିଗ୍ରୀ ସେଲସିୟସ୍‌ କମିପାରେ । ଏହା ପରେ ବଢ଼ିବ ଥଣ୍ଡା । ଏଭଳି ପୂର୍ବାନୁମାନ  କରିଛି ଭୁବନେଶ୍ୱର ସ୍ଥିତ ପାଣିପାଗ  କେନ୍ଦ୍ର ।  

ଆସନ୍ତା ୨୬ ତାରିଖ ବେଳକୁ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩, ଫୁଲବାଣୀରେ ୧୪ ଡିଗ୍ରୀ  ରହିପାରେ । କଟକ, ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରକରେ  ବି ପାରଦ ୧୮-୧୯ ଡିଗ୍ରୀ ପାଖାପାଖି ରହିପାରେ ।  ରାଜ୍ୟରେ ପାଗ  ବର୍ତ୍ତମାନ ଶୁଖିଲା ରହିବ । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ   ବର୍ଷା ସମ୍ଭାବନା ନାହିଁ । ତେବେ ସୋମବାର ସକାଳେ ଓ ରାତିରେ ସମ୍ବଲପୁର, ସୁନ୍ଦରଗଡ଼  ଏବଂ ଝାରସୁଗୁଡ଼ାରେ ମଧ୍ୟମରୁ ଘନ କୁହୁଡ଼ି  ରହିପାରେ । ଏ ନେଇ ପାଣିପାଗ ବିଭାଗ ସତର୍କ  କରାଇଛି ।  

ଶନିବାର ରାତିରେ ଅଧିକାଂଶ ସ୍ଥାନରେ  ପାରଦ ୨୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା ।  କୋରାପୁଟରେ ୧୫.୨, ବୌଦ୍ଧରେ ୧୬.୨,  ନୂଆପଡ଼ା ୧୭, ଦାରିଙ୍ଗିବାଡ଼ି ୧୭, ଫୁଲବାଣୀ  ୧୮ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାରେ ପାରଦ  ୨୦ ଡିଗ୍ରୀ ଉପରେ ରହିଥିଲା । ଦିନ ତାପମାତ୍ରା  ପ୍ରାୟତଃ ୩୦ରୁ ୩୨ ଡିଗ୍ରୀ ଭିତରେ ରହିଥିଲା ।

source:prameya news


Related News