India Fuel Import Bill: ତେଲ ଆମଦାନି ବିଲ୍ରେ ମହଙ୍ଗା ମାଡ଼ ! ଅକ୍ଟୋବରରେ ୧୬ ବିଲିୟନ ଡଲାର ଖର୍ଚ୍ଚ କଲା ଭାରତ
ନୂଆଦିଲ୍ଲୀ, ୨୩।୧୧: ଅକ୍ଟୋବର ମାସରେ ଦେଶର ଇନ୍ଧନ ଆମଦାନି ବିଲ୍ ୬୦% ବଢ଼ିଛି । ବିଶ୍ୱ ବଜାରେ ଅଶୋଧିତ ତେଲ ଏବଂ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁ ଏହି ବିଲ୍ ୨ ଗୁଣ ବୃଦ୍ଧି ହୋଇ ୧୬ ବିଲିୟନ ଡଲାର ଛୁଇଁଛି । ତେଲ ଆମଦାନି ସାମାନ୍ୟ ବୃଦ୍ଧି ହୋଇଥିଲେ ମଧ୍ୟ ବିଲ୍ରେ ଏଭଳି ବୃଦ୍ଧି ଦେଶ ଉପରେ ତେଲ ଦରର ଚାପ ଏବଂ ପ୍ରଭାବିତ ବାହ୍ୟ ଫାଇନାନ୍ସକୁ ଦର୍ଶାଉଥିବା ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ୍ ଆନାଲିସିସ୍ ସେଲ୍ (ପିପିଏସି) ସୂଚନା ଦେଇଛି । ସେପ୍ଟେମ୍ବର ମାସରେ ବ୍ରେଣ୍ଟ ଅଶୋଧିତ ତେଲ ବ୍ୟାରେଲ ପିଛା ହାରାହାରି ୧୧୬.୭୭ ଡଲାର ଥିଲା । ଯାହା ୨୦୨୫ ଅକ୍ଟୋବରରେ ୬୪.୭୫ ଡଲାର ସ୍ତରରେ ଥିଲା । ସେହିଭଳି ଇଣ୍ଡିଆନ ବାସ୍କେଟ ଅଶୋଧିତ ତେଲ ଅକ୍ଟୋବର ମାସରେ ୧୧୯.୯୧ ଡଲାର ରହିଥିଲା । ଯାହା ଗତ ଅକ୍ଟୋବରରେ ୬୫.୦୮ ଡଲାର ଥିଲା ।
ପିପିଏସି ଡାଟା ମୁତାବକ, ଏପ୍ରିଲ- ଅକ୍ଟୋବର ଅବଧିରେ ନେଟ୍ ଇନ୍ଧନ ଆମଦାନି ବିଲ୍ ୯୭.୭ ବିଲିୟନ ଡଲାର ଛୁଇଁଛି । ଯାହା ଗୋଟିଏ ବର୍ଷ ତଳେ ୭୦.୩ ବିଲିୟନ ଡଲାର ଥିଲା । ଅଶୋଧିତ ତେଲ ଆମଦାନି ୨.୭% ବୃଦ୍ଧି ହୋଇ ୧୧୦ ବିଲିୟନ ଡଲାର ଛୁଇଁଛି । ଯାହା ବର୍ଷେ ତଳେ ୭୨.୩ ବିଲିୟନ ଡଲାର ଥିଲା । ଅକ୍ଟୋବରରେ ଏଲ୍ପିଜି ଚାହିଦା ୧୨.୩% କମିଛି । ଏପ୍ରିଲ ଅକ୍ଟୋବରରେ ଏହା ୧୫.୧% ନିମ୍ନରେ ରହିଛି । ନଭେମ୍ବର ୧ ସୁଦ୍ଧା ଘରୋଇ ଏଲ୍ପିଜି ଗ୍ରାହକ ୩୨.୬ କୋଟି ରହିଛନ୍ତି । ଏପ୍ରିଲ ମାସରେ ଏହା ୩୩.୪ କୋଟି ସ୍ତରରେ ଥିଲା । ଘରୋଇ ଏଲ୍ପିଜି ଆମଦାନି ଅକ୍ଟୋବରରେ ୮୩.୮% କମିଛି । ଚଳିତ ଏପ୍ରିଲ ଅକ୍ଟୋବରରେ ଏଥିରେ ୯୭.୩% ହ୍ରାସ ଦେଖାଯାଇଛି ।
ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଗୁଡ଼ିକର ବଟଲ୍ ଏଲପିଜି ବିକ୍ରି ଅକ୍ଟୋବରରେ ୧୧.୮% ଖସିଛି । ମୋଟ ଏଲ୍ପିଜି ବିକ୍ରି ୪୯.୧% ହ୍ରାସ ହୋଇଛି । ଅଟୋ ଏଲ୍ପିଜି ବିକ୍ରି ୨୩.୯% ବଢ଼ିଛି । ଅକ୍ଟୋବରରେ ପେଟ୍ରୋଲିୟମ ଉତ୍ପାଦ ଆମଦାନି ୪୧.୨% ଏବଂ ଆର୍ôଥକ ବର୍ଷ ଅଦ୍ୟାବଧି ୪୯.୩% ଖସିଛି । ଏଲ୍ପିଜି, ପେଟ୍କୁକ୍ ଏବଂ ଫୁଏଲ ଅଏଲ ଆମଦାନି କମିବା ଯୋଗୁ ଏଭଳି ସ୍ଥିତି ରହିଛି । ଡିଜେଲ ଚାହିଦା ୧୨% ବୃଦ୍ଧି ହୋଇ ୮.୫ ନିୟୁତ ଟନ୍ ଏବଂ ପେଟ୍ରୋଲ ୩.୫% ଏବଂ ବିଟୁମିନ୍ ୧୬.୫% ବଢ଼ିଛି ।
source:prameya news


