Kartika Purnima / ଆଜି ପବିତ୍ର ପଞ୍ଚୁକର ଅନ୍ତିମ ଦିନ... ଡ଼ଙ୍ଗା ଭସାଇ ଉତ୍କଳୀୟ ପରମ୍ପରାକୁ ମନେ ପକାଉଛି ପ୍ରତ୍ୟେକଟି ଓଡ଼ିଆ

ରାଜ୍ୟ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା... ପବିତ୍ର ପଞ୍ଚୁକର ଅନ୍ତିମ ଦିନ । ନଦୀରେ ଡ଼ଙ୍ଗା ଭସାଇ ଉତ୍କଳୀୟ ପରମ୍ପରାକୁ ମନେ ପକାଉଛି ପ୍ରତ୍ୟେକଟି ଓଡ଼ିଆ । ଜଳାଶୟରେ ଗୁଞ୍ଜରିତ ହେଉଛି ଆ କା ମା ବୈ... ସାରା ଓଡ଼ିଶାରେ ‘ବୋଇତ ବନ୍ଦାଣ ଉତ୍ସବ’ ପାଳନ ।

ପଞ୍ଚୁକର ଶେଷ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ଦୁର୍ଲଭ ରାଜାଧିରାଜ ବା ସୁନାବେଶ । ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ହରିଡ଼ା ମାଳି, ବାହାଡ଼ା ମାଳି, ଶ୍ରୀଭୁଜ, ଶ୍ରୀପୟର, କିରିଟ ଓ କୁଣ୍ଡଳ ଆଦି ସୁନା ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ଏହି ବେଶ ଦର୍ଶନ କଲେ ପୁଣ୍ୟ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବାର ରହିଛି ଧାର୍ମିକ ବିଶ୍ୱାସ ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ୫ ଜଣ ଆଇପିଏସ୍ ଅଧିକାରୀ ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ରହିଛନ୍ତି । ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପବିତ୍ର ପଞ୍ଚତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

ସେପଟେ ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେବ ଉଦଘାଟନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିବେ। ବାଲିଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି କରିବେ କଟକ ଐତିହାସିକ ବାଲିଯାତ୍ରାର ଉଦଘାଟନ । ୧୨୦୦ ସିସିଟିଭି କ୍ୟାମେରା ଓ ୧୦୦ AI କ୍ୟାମେରା ନଜରରେ ରହିବ ସିଲଭର ସିଟି ।

ବାଲିଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି କଟକ ଐତିହାସିକ ବାଲିଯାତ୍ରାର ଉଦଘାଟନ କରିବେ । ୧୨.୨୦ ରେ ମହାମହିମ ରାଷ୍ଟ୍ରପତି ପହଞ୍ଚିବେ ଭୁବନେଶ୍ୱର ବିମାବନ୍ଦର । ସେଠାରୁ ରାଜଭବନ ଅଭିମୁଖେ ବାହାରିବେ । ରାଜଭବନରୁ ୪ ଟାରେ ବାହାରିବେ କଟକ ବାଲିଯାତ୍ରା ପଡ଼ିଆ । ୮ ଟା ବେଳେ ପୁଣି ରାଜଭବନ ଫେରିଆସିବେ ରାଷ୍ଟ୍ରପତି ।

source:argus news


Related News