କାବ୍ୟା-ଅନିରୁଦ୍ଧଙ୍କ ରିସେପ୍ସନରେ ଆକାଶ ଅମ୍ବାନୀ, ଶ୍ଲୋକାଙ୍କ ଲୁକ୍ ଭାଇରାଲ
ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ଏବଂ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ନିକଟରେ ବିବାହ କରିଛନ୍ତି । ତେବେ ତାଙ୍କ ରିସେପ୍ସନ ପାର୍ଟି ବଡ଼ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଏହି ଅବସରରେ ଶିଳ୍ପପତି ଆକାଶ ଅମ୍ବାନି ଏବଂ ତାଙ୍କ ପତ୍ନୀ ଶ୍ଲୋକା ଯୋଗ ଦେଇଥିଲେ । ଏହି ପାର୍ଟିରେ ଶ୍ଲୋକାଙ୍କ ରୟାଲ ଇଣ୍ଡୋ-ୱେଷ୍ଟର୍ଣ୍ଣ ଅନ୍ଦାଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ କାବ୍ୟାଙ୍କ ସହ ବହୁ ଫଟୋ ଉଠାଇଥିବାବେଳେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକି ବେଶ ଭାଇରାଲ ହେବାରେ ଲାଗିଛି ।
ସନ୍ ଟିଭିର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ପେଜରେ ରିସେପ୍ସନର ଅନେକ ଫଟୋ ଓ ଭିଡିଓ ଶେୟାର କରାଯାଇଛି । ଯେଉଁଥିରେ ଅନିରୁଦ୍ଧ ଓ କାବ୍ୟାଙ୍କ ହାତ ଧରି ଏଣ୍ଟ୍ରି କରୁଥିବା ଦେଖାଯାଇଛି। ୧୧ ନଭେମ୍ବର ୨୦୨୬ରେ ଇଟାଲିରେ ବିବାହ କରିବା ପରେ ଏହି ଦମ୍ପତି ଭାରତରେ ରିସେପ୍ସନ ଆୟୋଜନ କରିଥିଲେ। ରିସେପ୍ସନରେ କାବ୍ୟା ଆଇଭରି ରଙ୍ଗର ଏକ ଅଫ୍-ଶୋଲ୍ଡର୍ ଗାଉନ୍ ପିନ୍ଧିଥିଲେ, ଯେଉଁଥିରେ ସୂକ୍ଷ୍ମ ଲେସ୍ କାମ ହୋଇଥିଲା। ଏହି ସମୟରେ ସେ ସିନ୍ଦୂର, ବିନ୍ଦି କିମ୍ବା ପାରମ୍ପରିକ ଭାରୀ ମେକ୍ଅପ୍ରୁ ଦୂରେଇ ରହି ଏକ ମଡର୍ଣ୍ଣ ଲୁକ୍ରେ ନଜର ଆସିଥିଲେ।
ଫିଲ୍ମ ଜଗତ ଓ କ୍ରିକେଟ୍ ଜଗତର ବହୁ ପ୍ରମୁଖ ବ୍ୟକ୍ତିତ୍ୱ ଏହି ରିସେପ୍ସନ ଉତ୍ସବରେ ସାମିଲ ହୋଇଥିଲେ ଏବଂ ସୋସିଆଲ୍ ମିଡିଆରେ ଏହାର ଫଟୋ ଓ ଭିଡିଓ ଏବେ ବେଶ୍ ଭାଇରାଲ୍ ହେଉଛି।
source:prameya news


