Indian Share Market: ସେୟାର ବଜାରରେ ସବୁଜ ସଙ୍କେତ; ସେନସେକ୍ସ ୧୫ଶହ ପଏଣ୍ଟ ଏବଂ ନିଫ୍ଟି ୪୫୦ ଅଙ୍କ ବୃଦ୍ଧି
ମୁମ୍ବାଇ, ୨୫/୧୧: ସେୟାର ମାର୍କେଟରେ ଉତ୍ସାହ । ବୁଧବାର ଭାରତୀୟ ଷ୍ଟକ୍ ବଜାର ଆରମ୍ଭରୁ ଉପର ମୁହାଁ ହୋଇଛି । ସେନସେକ୍ସ ୧୫ଶହ ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ନିଫ୍ଟି ୪୫୦ ଅଙ୍କ ବଢ଼ିଛି ।
ଆଜି ସକାଳୁ ସେନସେକ୍ସ ୧୫ ଶହ ପଏଣ୍ଟ ବୃଦ୍ଧି ପାଇ ୮୪ ହଜାରରେ ପହଞ୍ଚିଛି । ସେହିପରି ନିଫ୍ଟି ମଧ୍ୟ ୪୫୦ ପଏଣ୍ଟ ବୃଦ୍ଧି ପାଇ ୨୫ ହଜାର ୮୦୦ରେ ପହଞ୍ଚିଛି । ଆଇଟି ଏବଂ ଘରୋଇ ବ୍ୟାଙ୍କ ଷ୍ଟକ୍ ସବୁଠୁ ଅଧିକ ବୃଦ୍ଧି ପାଇଛି । ଇନଫୋସିସ୍, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ ଡିଏଫ୍ସି ବ୍ୟାଙ୍କ ଏବଂ ବଜାଜ୍ ଫାଇନାନ୍ସର ସେୟାର ପ୍ରାୟ ୩.୫ % ବୃଦ୍ଧି ପାଇଛି ।
ନଭେମ୍ବର ୨୩ ତାରିଖରେ ଷ୍ଟକ୍ ବଜାର ହ୍ରାସ ପାଇଥିଲା । ସେନସେକ୍ସ ୧,୪୮୩ ପଏଣ୍ଟ ହ୍ରାସ ପାଇ ୮୨,୪୩୫ରେ ବନ୍ଦ ହୋଇଥିଲା । ନିଫ୍ଟି ମଧ୍ୟ ୪୫୦ ପଏଣ୍ଟ ହ୍ରାସ ପାଇ ୨୫,୩୪୯ରେ ବନ୍ଦ ହୋଇଥିଲା । ନଭେମ୍ବର ୨୪ ତାରିଖରେ ଗୁରୁ ନାନକ ଜୟନ୍ତୀ ଛୁଟି ପାଇଁ ଷ୍ଟକ୍ ବଜାର ବନ୍ଦ ଥିଲା । ତେବେ ଆଜି ସେୟାର ବଜାର ଖୋଲୁଖୋଲୁ ଉତ୍ସାହ ଦେଖିବାକୁ ମିଳିଛି । ବଜାର ବୃଦ୍ଧି ପାଇବା ପଛରେ ତିନୋଟି ବଡ଼ କାରଣ ଥିବା କୁହାଯାଉଛି । ବିଦେଶୀ ନିବେଶକଙ୍କ ଦ୍ବାରା କ୍ରୟ ବୃଦ୍ଧି, ଅଶୋଧିତ ତୈଳ ମୂଲ୍ୟ ହ୍ରାସ, ବଜାର ଭୟ ହ୍ରାସ କାରଣରୁ ଷ୍ଟକ୍ ବୃଦ୍ଧି ପାଇଛି ।
source:prameya news


