Jio Network at Bali Yatra: ବାଲିଯାତ୍ରାରେ ଜିଓର ନେଟୱର୍କ କ୍ଷମତା ବୃଦ୍ଧି ,ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ
ଭୁବନେଶ୍ୱର,୨୬\୧୧: ଐତିହାସିକ ବାଲିଯାତ୍ରା ଆରମ୍ଭ ହେବା ସହିତ ମହାନଦୀ କୂଳରେ ବିସ୍ତୃତ ବାଲିଯାତ୍ରା ପଡ଼ିଆରେ ୪ଜି ଓ ୫ଜି ନେଟୱର୍କ ସଂଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଜିଓ ପକ୍ଷରୁ ବ୍ୟାପକ ନେଟୱର୍କ ସମ୍ପ୍ରସାରଣ ଓ ଉନ୍ନତୀକରଣ ପଦକ୍ଷେପ ନିଆଯାଇଛି । ବାଲିଯାତ୍ରାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକ, ବ୍ୟବସାୟୀ, ପ୍ରଶାସନିକ ଅଧିକାରୀ ଓ ସୁରକ୍ଷା କର୍ମୀମାନଙ୍କୁ ନିରବଚ୍ଛିନ୍ନ ମୋବାଇଲ ନେଟୱର୍କ ସେବା ଯୋଗାଇଦେବା ଏହାର ଉଦ୍ଦେଶ୍ୟ ।
ବାଲିଯାତ୍ରାରେ ବିପୁଳ ଜନସମାଗମ ଯୋଗୁ ନେଟୱର୍କରେ ଅତ୍ୟଧିକ ଚାହିଦାକୁ ଦୃଷ୍ଟିରେ ରଖି ଜିଓ ନିଜର ନେଟୱର୍କ କ୍ଷମତା ବୃଦ୍ଧି କରିବା ଲାଗି ବାଲିଯାତ୍ରା ପଡିଆରେ ୫ଟି ଅସ୍ଥାୟୀ ମୋବାଇଲ ଟାୱାର (ସେଲ୍ ଅନ୍ ହ୍ୱିଲ୍ସ) ସ୍ଥାପନ କରିଛି । ଏହି ଅତିରିକ୍ତ ମୋବାଇଲ ନେଟୱର୍କ ସାଇଟଗୁଡ଼ିକ ମେଳା ପଡ଼ିଆର ଅଧିକ ଜନସମାଗମ ହେଉଥିବା ଅଞ୍ଚଳଗୁଡ଼ିକରେ ଉନ୍ନତ ୪ଜି ଓ ୫ଜି ସଂଯୋଗ ଯୋଗାଇଦେଉଛି ।
ଏହି ପଦକ୍ଷେପ ଦ୍ୱାରା ଅଧିକ ଭିଡ଼ ସମୟରେ ମଧ୍ୟ ପରିଦର୍ଶକ ଓ ବ୍ୟବସାୟୀମାନେ ନିଜ ପରିବାର ଓ ପ୍ରିୟଜନଙ୍କ ସହ ନିରବଚ୍ଛିନ୍ନ ଭାବେ ଯୋଡ଼ି ହୋଇ ରହିପାରିବେ । ଏହାବ୍ୟତୀତ, ଜିଓ ଆଖପାଖ ଅଞ୍ଚଳ ତଥା ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକରେ ନିଜର ବର୍ତ୍ତମାନ ରହିଥିବା ନେଟୱର୍କକୁ ମଧ୍ୟ ଅଧିକ ସୁଦୃଢ଼ କରିବା ସହିତ କ୍ଷମତା ବୃଦ୍ଧି କରିଛି ।
source:prameya news


