‘ରାମାୟଣ’ ଭାଙ୍ଗିଲା ‘ବାହୁବଳୀ ୨’ର ରେକର୍ଡ଼, ୨୨ତମ ଦିନରେ ହେଲା ତୃତୀୟ ଅଲ୍ ଟାଇମ ହାଇଏଷ୍ଟ ଗ୍ରସର ଫିଲ୍ମ

ମନୋରଞ୍ଜନ

ମୁମ୍ବାଇ,୨୬/୧୧ : ନିତେଶ ତିଓ୍ବାରୀଙ୍କ ଫିଲ୍ମ ‘ରାମାୟଣ’ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ଼ କରୁଛି । ୨୦୨୬ରେ ବଲିଉଡ଼ର ଏହା ଦ୍ବିତୀୟ ସବୁଠାରୁ ଅଧିକ କଲେକ୍ସନ କରିଥିବା ଫିଲ୍ମ ବି ହୋଇଯାଇଛି । ଏବେ ଏହା ଓ୍ବର୍ଲ୍ଡଓ୍ବାଇଡରେ ବି ଇତିହାସ ରଚି ଦେଇଛି । ୨୨ତମ ଦିନ କଲେକ୍ସନ ପରେ ଏହା ଓ୍ବର୍ଲ୍ଡଓ୍ବାଇଡ ତୃତୀୟ ଅଲ ଟାଇମ୍ ହାଇଏଷ୍ଟ ଗ୍ରସର ଫିଲ୍ମ ହୋଇସାରିଛି । ୨୦ତମ- ୨୧ତମ ଦିନ ଅନୁସାରେ ‘ରାମାୟଣ’ର କଲେକ୍ସନରେ ୨୨ତମ ଦିନ ଖସିଛି । କିନ୍ତୁ ଏହାପରେ ବି ଫିଲ୍ମ ତୃତୀୟ ଗୁରୁବାର ଓ୍ବାର୍ଲ୍ଡଓ୍ବାଇଡ ବଡ଼ ରେକର୍ଡ଼ କରିଦେଇଛି । ଏହା ‘ବାହୁବଳୀ ୨ ଦ କନକ୍ଲୁଜନ’କୁ ପଛରେ ଛାଡ଼ି ଦେଇଛି । ଆସନ୍ତୁ ଜାଣିବା ବକ୍ସ ଅଫିସ କଲେକ୍ସନ ।

ରିପୋର୍ଟ ଅନୁସାରେ, ‘ରାମାୟଣ’ ପ୍ରଥମ ଦିନ ୬୪.୮୫କୋଟିର ବିଜନେସ କରିଥିଲା । ଯାହାକି ଫିଲ୍ମ ପ୍ରଥମ ସପ୍ତାହ ୫୬୪.୬୦କୋଟିର କଲେକ୍ସନ କରିଛି । ସେହିଭଳି ଦ୍ବିତୀୟ ସପ୍ତାହ ୨୯୯.୧୫କୋଟିର କଲେକ୍ସନ କରିଛି । ତୃତୀୟ ସପ୍ତାହରେ ବି ଏହା ୧୦୦କୋଟିର ସଂଖ୍ୟା ପାର୍ କରିଛି ଏବଂ ଏହାର କଲେକ୍ସନ ୧୨୫.୬୦କୋଟି ପହଞ୍ଚି ଯାଇଛି ।

ଏହାସହ ‘ରାମାୟଣ’ ଓ୍ବର୍ଲ୍ଡଓ୍ବାଇଲ ‘ବାହୁବଳୀ ୨ ଦ କନକ୍ଲୁଜନ’ର ରେକର୍ଡ଼ ଭାଙ୍ଗି ଦେଇଛି । ଯାହାପରେ ଭାରତର ଅଲ୍ ଟାଇମ୍ ତୃତୀୟ ହାଇଏଷ୍ଟ ଗ୍ରସର ଫିଲ୍ମ ହୋଇସାରିଛି ଏବଂ ଏହାର କଲେକ୍ସନ ବି ୧୮୦୦କୋଟି ପାଖାପାଖି ପହଞ୍ଚି ଯାଇଛି । କଲେକ୍ସନ ଅନୁସାରେ, ଫିଲ୍ମ ୨୧ଦିନରେ ଓ୍ବର୍ଲ୍ଡଓ୍ବାଇଡ ୧୭୮୮.୦୬କୋଟିକୁ ପଛରେ ପକାଇ ଦେଇଛି । ମାତ୍ର ଏହାର ଫାଇନାଲ ସଂଖ୍ୟା ରାତି ୧୦.୩୦ପର୍ଯ୍ୟନ୍ତ ଆସିବ । ଯାହାପରେ ସ୍ପଷ୍ଟ ହେବ କି ଏହା ୨୨ତମ ଦିନ ଓ୍ବର୍ଲ୍ଡଓ୍ବାଇଡ କେତେ କଲେକ୍ସନ କରିବ । କିନ୍ତୁ ଏବେ ଏହା ବଡ଼ ରେକର୍ଡ଼ କରିଦେଇଛି ।

source:prameya news


Related News