Odisha Industrial Development: ଓଡ଼ିଶାରେ ଶିଳ୍ପ ବିପ୍ଳବ ! ୩୮୧୦ କୋଟିର ନିବେଶକୁ ମଞ୍ଜୁରି, ୧୧,୨୫୧ ଜଣଙ୍କୁ ମିଳିବ ନିଯୁକ୍ତି

ବ୍ୟବସାୟ

ଭୁବନେଶ୍ୱର, ୨୭।୧୧: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୨ ତମ ରାଜ୍ୟ ସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ୩,୮୧୦ କୋଟି ଟଙ୍କାର ୧୯ପ୍ରଳଳ୍ପକୁ ମଞ୍ଜୁରି ମିଳିଛି । ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ ଝାରସୁଗୁଡାରେ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୩୧୧.୫୨ କୋଟି ନିବେଶ ସହ ଏହା ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ଼ କରିବ । ଏଠାରେ ୭୧୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ୭ଟି ପ୍ରକଳ୍ପରେ ୬୦୭ କୋଟି ଟଙ୍କା ନିବେଶ ହେବ । ଏହାଦ୍ୱାରା ୧୫ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଶିଳ୍ପ ପ୍ରସ୍ତାବ ଗୁଡ଼ିକ ଶିଳ୍ପାୟନ ଧାରାକୁ ଦୃଢ଼ କରିବା ସହ ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ଏବଂ ଭାଲ୍ୟୁ ସଂଯୋଗ ଦିଗରେ ସହାୟକ ହେବ ବୋଲି ଶ୍ରୀମତି ଗର୍ଗ କହିଛନ୍ତି । ୧୦ଟି ଜିଲ୍ଲାରେ ମୋଟ ୧୯ଟି ଶିଳ୍ପ ଦ୍ୱାରା ୧୧, ୨୫୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କୋରାପୁଟରେ ପ୍ରକୃତି ପର୍ଯ୍ୟଟନ ଏବଂ ୱେଲ୍ନେସ ଅଭିଜ୍ଞତା କ୍ଷେତ୍ରରେ ଏକାଧିକ ପ୍ରକଳ୍ପ ଆସିବାକୁ ଯାଉଛି । ସାଚେତି ହସ୍ପିଟାଲିଟି ୧୨୧ କୋଟିରେ ଏକ ୫ ଷ୍ଟାର ରସର୍ଟ ସ୍ଥାପନ କରିବ ।

ଟିଭିଆର୍ ଇଷ୍ଟେଟ ଆଣ୍ଡ୍ ରିସର୍ଟ ୪ ଷ୍ଟାର ଇକୋରିସର୍ଟ ଏବଂ ୱେଲ୍ନେସ ସେଣ୍ଟର ପାଇଁ ୧୦୪ କୋଟି ନିବେଶ କରିବ । ସେହିଭଳି ନିଳାଦ୍ରୀ ହୋଟେଲ୍ସ ଆଣ୍ଡ୍ ରିସର୍ଟସ ୭୨ କୋଟିରେ ୪ ଷ୍ଟାର୍ ୱେଲ୍ନେସ ରିସର୍ଟ ସ୍ଥାପନ କରିବାକୁ ଯାଉଛି । କଟକରେ ନିଖିଳ ଆସୋସିଏଟ୍ ୮୨ କୋଟି ନିବେଶ ସହ ୪ ଷ୍ଟାର ହୋଟେଲ କରିବ । ଝାରସୁଗୁଡାରେ ଅଲଟୋନ ରିସୋର୍ସେସ୍ ୮୦ କୋଟିରେ ସ୍ଥାପନ କରିବ ୪ ଷ୍ଟାର ରସର୍ଟ । ବାଲେଶ୍ୱରରେ ପଦ୍ମାବତି ଆମ୍ୟୁଜମେଣ୍ଟ ପାର୍କ ଏହାର ବର୍ତ୍ତମାନ ର ଫାସିଲିଟିକୁ ସମ୍ପ୍ରସାରଣ ଲାଗି ୭୮ କୋଟି ଟଙ୍କା ଖଟାଇବ । ଏହି ଜିଲ୍ଲାରେ ହାଇଲ୍ୟାଣ୍ଡ୍ ହୋଟେଲ ଆଣ୍ଡ୍ ରିସର୍ଟ ୭୦ କୋଟିରେ ଏକ ୪ ଷ୍ଟାର ହୋଟେଲ କରିବ । ଖୋର୍ଦ୍ଧାରେ ୨୨୫ କୋଟି ଟଙ୍କାରେ ବଡିକେୟାର କ୍ରିଏସନ ଲିମିଟେଡ ଏକ ପୋଷାକ କାରଖାନା ବସାଇବ । ଏହି ୟୁନିଟର ବାର୍ଷିକ କ୍ଷମତା ୬୬ ନିୟୁତ ଖଣ୍ଡ । ଏଠାରେ ୫୫୦୦ ଲୋକ କାମ ପାଇବେ । ରତ୍ନମଣି ମେଟାଲ୍ସ ଆଣ୍ଡ୍ ଟ୍ୟୁବ ଲିମିଟେଡ ସୁନ୍ଦରଗଡରେ ୨୫୦ କୋଟି ନିବେଶ ସହ କାର୍ବନ ଏଲ୍ଏସ୍ଏଡବ୍ଲ୍ୟୁ ପାଇପ୍ ପାଇଁ ମାନୁଫାକଚରିଂ ୟୁନିଟ କରିବ ।

କ୍ୱାଲଭିଅନ୍ ସିଷ୍ଟମ ଗଞ୍ଜାମରେ ୨୧୭.୬୭ କୋଟିରେ ଷ୍ଟ୍ରକଚରାଲ ଷ୍ଟିଲ ଏବଂ ମେଶିନାରୀ ଫ୍ୟାବ୍ରିୟୁନିଟ ୟୁନିଟ ସ୍ଥାପନ କରିବାକୁ ଯାଉଛି । ବୈଦ ଇଞ୍ଜିନିୟର୍ସ ସୁନ୍ଦରଗଡରେ ୫୭.୪୪ କୋଟି ମୂଲ୍ୟରେ ହେଭି ଷ୍ଟିଲ ଫ୍ୟାବ୍ରିକେଶନ ଏବଂ ଷ୍ଟ୍ରକଚରାଲ ଇଞ୍ଜିନିୟରିଂ ୟୁନିଟ କରିବ । ସେହିଭଳି ଖୋର୍ଦ୍ଧାରେ ପେଣ୍ଟାୱାନ୍ ଲାଇଫକେୟାର ପ୍ରାଇଭେଟ ଲିମିଟେଡ୍ ୬୨.୪୧ କୋଟି ନିବେଶରେ ହେଲ୍ଥକେୟା ପ୍ରଡକ୍ଟ ଉତ୍ପାଦନ କରିବ । କେନ୍ଦ୍ରାପଡାରେ ୫୨ କୋଟି ନିବେଶରେ ଇଭି ଇନୋଭେଜିକ୍ ଇଣ୍ଡିଆ ଇଲେକ୍ଟ୍ରିକ ବୋଟ୍ ମାନୁଫାକଚରିଂ ୟୁନିଟ କରିବ । ନେଟ୍ ଜିରୋ ରିନ୍ୟୁଏବୁଲ୍ସ ଏଲ୍ ଏଲ୍ପି ସୁନ୍ଦରଗଡରେ ୧୧୬.୪୯ କୋଟିରେ ରିସାଇକେଲ ୟୁନିଟ୍ ଫାସିଲିଟି ବସାଇବ । ମହାବୀର ଫେରୋ ଆଲଏଜ ସୁନ୍ଦରଗଡରେ ୯୧୨ କୋଟିରେ ୧୩୫ ମେଗାୱାଟର ପାୱାର ପ୍ଲାଣ୍ଟ କରିବ । ମାଦୁର୍ଗା ଥର୍ମାଲ ପାୱାର କମ୍ପାନି ଲିମିଟେଡ୍ କଟକରେ ୪୮୨ କୋଟି ନିବେଶ ସହ ୬୦ରୁ ୧୨୦ ମେଗାୱାଟ କ୍ଷମତାର ତାପଜ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ଲକ୍ଷ୍ୟ ରଖିଛି ।

source:prameya news


Related News