କିଶୋରଙ୍କୁ ଭେଟି ଓଡ଼ିଆ ପୁଅଙ୍କ ମନବଳ ଦୃଢ କଲେ ଧର୍ମେନ୍ଦ୍ର
କିଶୋରଙ୍କ ଆତ୍ମବିଶ୍ୱାସ, ପରିଶ୍ରମ ଏବଂ ଆଗକୁ ବଢିବାର ଅଭିଳାଷ ପ୍ରଶଂସନୀୟ । କିଶୋର ଗୋଟିଏ ବଣ ମଲ୍ଲି ପରି ଥିଲା। ପୂର୍ବରୁ କିଶୋରଙ୍କ ସହ ଦେଖା ହୋଇଥିଲା ଲାଗୁଥିଲା ଏ ପିଲା ରାଜ୍ୟ ଦେଶକୁ ଗୌରବାନ୍ୱତ କରିବ ବୋଲି । ଏସୀୟ କ୍ରୀଡ଼ାରେ ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରି ତାହା ପ୍ରମାଣିତ କରିଛନ୍ତି କିଶୋର। ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଏସିଆନ୍ ଗେମ୍ ରେ ଭାରତ ୧୦୦ରୁ ଉର୍ଦ୍ଧ୍ୱ ମେଡାଲ ଜିତ ସର୍ବକାଳିନ ରେକର୍ଡ କରିଛି। ଏଥିପାଇଁ ଭାରତର ସମସ୍ତ ଖେଳୀଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର। ଖେଲୋ ଇଣ୍ଡିଆ ଆଉ ଫିଟ୍ ଇଣ୍ଡିଆ ଯେଉଁ କ୍ୟାମ୍ପେନ ଆରମ୍ଭ ହୋଇଥିଲା କେନ୍ଦ୍ର ସରକାରଙ୍କର ତାହାର ଭଲ ପ୍ରଭାବ ପଡିଛି ଏଥିରୁ ଜଣାପଡୁଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। କିଶୋର ଆଗାମୀ ଦିନରେ ଆହୁରି ଭଲ ଖେଳିବେ। ଗୋଲ୍ଡ ମେଡାଲ ଆଣିବେ, ଦେଶ ରାଜ୍ୟକୁ ଗୌରବାନ୍ୱିତ କରିବେ କହିଥିଲେ କେନ୍ଦ୍ରମନ୍ତ୍ର। ସେହିପରି କେନ୍ଦ୍ରମନ୍ତ୍ରୀ ଙ୍କୁ ଭେଟିଲା ପରେ ଖୁସି ବ୍ୟକ୍ତ କରିଛନ୍ତି କିଶୋର । ଆଗକୁ ଆହୁରି ଭଲ କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି କିଶୋର।
ନୂଆଦିଲ୍ଲୀ/ଭୁବନେଶ୍ୱର: ବଣ ମଲ୍ଲି ବଣରେ ଫୁଟି ଝଡି ପଡେ। ହେଲେ ସେ ବଣରେ ଝଡି ପଡିବାକୁ ଜନ୍ମ ହୋଇ ନଥିଲେ । ପ୍ରସ୍ପୁଟିତ ହୋଇ ସାରା, ଦେଶ ଆଉ ରାଜ୍ୟକୁ ମହକାଇବାକୁ ଅଣ୍ଟା ଭିଡିଥିଲେ। ହଁ ଆଜ୍ଞା କିଶୋର ଜେନା, ଯାହାଙ୍କ ପାଇଁ ଖାଲି ଦେଶ ନୁହେଁ ଆଜି ସାରା ରାଜ୍ୟ ଗର୍ବିତ । ଏସିଆନ୍ ଗେମ୍ ରେ ରୌପ୍ୟ ପଦକ ବିଜେତା ଓଡ଼ିଆ ପୁଅ କିଶୋର ଦେଶକୁ ଗୌରବାନ୍ୱିତ କରିଛନ୍ତି। ଆଉ ଓ ଟେକ ରଖିଛନ୍ତି ଡିଶାର । ପୁରୀ ଜିଲ୍ଲାର ଏକ ଛୋଟଗାଁ କୋଠସାହିରୁ ଚାଇନାର ଏସୀୟ କ୍ରୀଡ଼ା ଷ୍ଟାଡିୟମ ଯାଏଁ ଲମ୍ବା ଯାତ୍ରାର ଏହି ପଦକ ଖଣ୍ଡକ ହେଉଛି ଉଚିତ ପ୍ରାପ୍ୟ। ଦେଶ ରାଜ୍ୟକୁ ଗର୍ବିତ କରିଥିବା ସେହି ଓଡ଼ିଆ ପୁଅକୁ ଭେଟି ଶୁଭେଚ୍ଛା ଜଣାଇବାା ପାଇଁ ଦିଲ୍ଲୀ ଏୟାର ପୋର୍ଟରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କିଶୋରଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ କିଶୋର ଆମ ରାଜ୍ୟ ଆଉ ଦେଶର ଗୌରବ ବଢ଼େଇଛନ୍ତି।

>