KBC Show / KBC ସୋ'ର ବିବାଦକୁ ନେଇ କ୍ଷମା ମାଗିଲେ ଇଶିତ୍
KBCରେ ସୋ' ରେ ନିଜର ଓଭର କନ୍ଫିଡେନ୍ସ ପାଇଁ ବିବାଦରେ ଫସିଥିଲେ ୧୦ ବର୍ଷର ବାଳକ ଇଶିତ ଭଟ୍ଟ । ଅମିତାଭ ବଚ୍ଚନଙ୍କ ପ୍ରତି ତାଙ୍କର କଥାବାର୍ତ୍ତାର ଶୈଳୀକୁ ନେଇ ସୋସିଆଲ ମିଡିଆରେ ଏକ ବଡ ବିବାଦ ଉପୁଜିଥିଲା । ଯାହାକୁ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ କ୍ଷମା ମାଗିଛନ୍ତି । କହିଛନ୍ତି, ସେ ଅମିତାଭ ବଚ୍ଚନଙ୍କୁ ସମ୍ମାନ କରନ୍ତି, ଏବଂ କୌନ ବନେଗା କରୋଡପତିର ପୁରା ଟିମ୍କୁ ବହୁତ ସମ୍ମାନ କରନ୍ତି ।
ଇଶିତ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି, KBC ସୋ'ରେ ସେ ନିଜର ବ୍ୟବହାର ପାଇଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛନ୍ତି । ମୁଁ ଜାଣିଛି ମୋର କଥା ଅନେକ ଜଣଙ୍କୁ କଷ୍ଟ ଦେଇଛି, ନିରାଶ କରିଛି । ଆଉ ଏହାକୁ ନେଇ ମୁଁ ସତରେ ପଶ୍ଚାତାପ କରୁଛି । ସେହି ସମୟରେ ମୁଁ ବହୁତ ଡରିଯାଇଥିଲି । ଆଉ ସେଥିପାଇଁ ଏମିତି ଭୁଲ କଥାବାର୍ତ୍ତା କରି ଦେଇଥିଲି । ଅସଭ୍ୟ ହେବା ମୋର ଉଦ୍ଦେଶ୍ୟ ନଥିଲା, ମୁଁ ଅମିତାଭ ବଚ୍ଚନ ସାର ଏବଂ କେବିସି ଟିମ୍ର ସବୁ ସଦସ୍ୟଙ୍କୁ ସମ୍ମାନ କରେ । ମୁଁ କଥା ଦେଉଛି, ଆଗାମୀ ଦିନରେ ମୁଁ ବିନମ୍ର, ଚିନ୍ତାଶୀଳ ରହିବି । ଏହା ସହ ନିଜକୁ 'The KBC Boy' କହି ଭିଡିଓ ସମାପ୍ତ କରିଥିଲେ ଇଶିତ।
ତେବେ ଇଶିତ ଭଟ୍ଟ ଗତ କିଛିଦିନ ତଳେ କେବିସି ସୋ'ରେ ଆସିଥିଲେ । ଏହି ସୋ'ରେ ସେ ଖୁବ ଓଭର କନ୍ଫିଡେନ୍ସର ସହ ସବୁ ଉତ୍ତର ଦେଉଥିଲେ । ବିଗ୍ ବି ତାଙ୍କୁ ସୋ'ର ନିୟମ ବୁଝେଇବାକୁ ଆରମ୍ଭ କରିବାରୁ ସେ କହିଥିଲେ, ମତେ ସୋ'ର ନିୟମ ଜଣାଅଛି, ସମୟ ବର୍ବାଦ ନକରି ସୋ' ଆରମ୍ଭ କରନ୍ତୁ ବୋଲି କହିଥିଲେ । ପୁଣି ପ୍ରଶ୍ନର ଉତ୍ତର ବିନା ବିକଳ୍ପରେ ଦେବାସହ ବିକଳ୍ପ ଗୁଡିକୁ ନଦେଖାଇବା ପାଇଁ ମଧ୍ୟ କହୁଥିଲେ।
ଇଶିତ୍ଙ୍କର ଏପରି ବ୍ୟବହାରକୁ ନେଇ ସୋସିଆଲ ଅନେକ ଲୋକ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଅମିତାଭଙ୍କ ପ୍ରତି ଏମିତି ବ୍ୟବହାର ନିନ୍ଦନୀୟ ବୋଲି କହିଥିଲେ । ହେଲେ ଇଶିତ୍ କ୍ଷମା ମାଗିବା ପରେ ଅନେକ ଲୋକ ତାଙ୍କର ସଚ୍ଚୋଟତା ଏବଂ ପରିପକ୍ୱତାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ସେ ଭୁଲ କଲା ଏବଂ କ୍ଷମା ମାଗିଲା । ତାହା ସବୁଠୁ ବଡ କଥା ।source:argusnews.in


