ସିଙ୍ଗାପୁରରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ଆଜି ହେବ ଦ୍ବିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ: ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ। ପିଏମ ମୋଦିଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଛନ୍ତି ସିଙ୍ଗାପୁର ପିଏମ ଲରେନ୍ସ ୱଙ୍ଗ । ଆଜି ହେବ ଦ୍ବିପାକ୍ଷିକ ଆଲୋଚନା । ବ୍ରୁନେଇରୁ ଗତାକଲି ସଂଧ୍ୟାରେ ସିଙ୍ଗାପୁରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମଜବୁତ ହେଉଛି ଭାରତ ଦକ୍ଷିଣ ପୂର୍ବ ଏସୀୟ ଦେଶ ସହ ସହଭାଗିତା । ବ୍ରୁନେଇ ଓ ଭାରତର ସମ୍ବନ୍ଧରେ ସୃଷ୍ଟି ହୋଇଛି ନୂଆ ଦିଶା । ଦୁଇ ଦେଶର ଦ୍ବିପାକ୍ଷିକ ସପର୍କକୁ ୪୦ ବର୍ଷ ପୂର୍ତ୍ତି ଅବସରରେ ସଂପର୍କକୁ ସୁଦୃଢ କରିବାକୁ ବ୍ରୁନେଇ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଉଭୟ ଦେଶର ଅର୍ଥନୈତିକ , ବ୍ୟବସାୟିକ ସଂପର୍କକୁ ମଜବୁତ୍ କରିବା ଦିଗରେ ଉଭୟ ଦେଶ ବଦ୍ଧପରିକର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏହି ଅବସରରେ ବ୍ରୁନେଇ ସୁଲତାନ୍ ହାଜି ହସନାଲ ବୋଲକିଆଙ୍କ ଦ୍ବିପାକ୍ଷିକ ଆଲୋଚନା କରିବା ସହିତ ବିଭିନ୍ନ ବ୍ୟବସାୟିକ ଚୁକ୍ତି ସ୍ବାକ୍ଷର କରିଛନ୍ତି ପ୍ରଧାନମନ୍ତ୍ରୀ । ବ୍ରୁନେଇ ଗସ୍ତର ଦ୍ବିତୀୟ ଦିନରେ, ପ୍ରଧାନମନ୍ତ୍ରୀ ମୋଦି ବ୍ରୁନେଇର ସୁଲତାନ ହାସନଲ ବୋଲକିୟାଙ୍କୁ ଭେଟିଥିଲେ। ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ସବୁଠାରୁ ଦୀର୍ଘତମ ସମୟ ଶାସନରେ ରହିବାରେ ବ୍ରୁନେଇର ସୁଲତାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।source:argusnews.in